ଚାଷୀ ଠିକ ଫସଲ ଅମଳ କରିବାକୁ ଯାଉଥିବା ସମୟରେ ହାତୀ ଦାଉ ସାଧିଛି । ଚାଷୀ ମାନଙ୍କର କହିବା କଥା ହେଲା ବିଗତ ୩୫ ବର୍ଷ ମଧ୍ୟରେ ହାତୀ ଏ ଅଂଚଳକୁ ଆସୁ ନଥିଲେ । ହାତୀ ଆସିବାର ଖବର ଜାଣି ଚାଷୀ ମହଲରେ ଆତଙ୍କର ବାତାବରଣ ସୃଷ୍ଟି ହେଲାଣି। ଏବେ ମଣ୍ଡି ନ ଖୋଲି ଥିବାରୁ ପ୍ରାୟ ଧାନ, କ୍ଷେତ ମାନଙ୍କରେ ଅଛି । ତେଣୁ ବନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
ହାତୀ ଉପଦ୍ରବରେ ଧାନ ଫସଲ ନଷ୍ଟ, ଲୋକେ ଭୟଭୀତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବିନିକାରେ ହାତୀ ଉପଦ୍ରବ । ସିନ୍ଦୁରପୁର ପଂଚାୟତର ମହାନଦୀ ନିକଟରେ ହାତୀପଲ ପଶି ଚାଷ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ହାତୀମାନେ ଗତ ରାତି ସିଂଢୋଲ ଜଙ୍ଗଲରୁ ଆସି ମହାନଦୀ ପାରି ହୋଇ ମଣିଗାର କିଛି ଧାନ ଜମିର ଧାନ ଫସଲ ନଷ୍ଟ କରିଛନ୍ତି । ପରେ ହାତୀ ପଲ ସିନ୍ଦୁରପୁର ଏବଂ ଗଣେଶପୁର ହୋଇ ନଦୀପଟୁ ପୁଣି ସିଂଢୋଲ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି । ସେହି ସମୟରେ ମଧ୍ୟ ଅନେକ ଧାନ ଫସଲ ନଷ୍ଟ ହୋଇଛି ।
Download Argus News App
