ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୧୭ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ପାରଦ ବୃଦ୍ଧି ହୋଇପାରେ ।
ଗତ ୨୪ ଘଣ୍ଟାରେ ରାତ୍ରି ତାପମାତ୍ରା
- ରାଉରକେଲା: ୫.୭ ଡିଗ୍ରୀ
- ଫୁଲବାଣୀ: ୭ଡିଗ୍ରୀ
- ଝାରସୁଗୁଡା: ୭.୧ଡିଗ୍ରୀ
- ଦାରିଙ୍ଗବାଡି: ୭.୫ଡିଗ୍ରୀ
- ଭବାନୀପାଟଣା: ୭.୮ଡିଗ୍ରୀ
- ଅନୁଗୁଳ: ୮ଡିଗ୍ରୀ
- କେନ୍ଦୁଝର: ୮.୮ଡିଗ୍ରୀ
- ସୁନ୍ଦରଗଡ:୯ଡିଗ୍ରୀ
- ଜଗତସିଂହପୁର: ୯.୫ଡିଗ୍ରୀ
- ଢେଙ୍କାନାଳ:୯.୬ଡିଗ୍ରୀ
- କୋରାପୁଟ: ୯.୬ଡିଗ୍ରୀ
- ଭୁବନେଶ୍ୱର : ୧୦.୯ଡିଗ୍ରୀ
୧୭ରେ କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଏବଂ ରାୟଗଡ଼ାରେ ହାଲୁକା ବର୍ଷା ହୋଇପାରେ । ୧୮ରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ସମ୍ଭାବନା ରହିଛି । ୧୯ ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତିରେ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।