ବାରମ୍ବାର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୂର୍ବ ବିଜେଡି ସରକାର । କିନ୍ତୁ ୨୦୧୭-୧୮ରୁ ଦୀର୍ଘ ୫ ବର୍ଷ ହେଲା ତଦନ୍ତ ନାଁରେ କେବଳ ଚାଷୀଙ୍କୁ ଭୂଆଁ ବୁଲା ଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ଚାଷୀ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ଦୁର୍ନୀତିର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସମବାୟ ମନ୍ତ୍ରୀ ।
ଅଭିଯୋଗ ନେଇ ଆସିଥିବା ଦିବ୍ୟାଙ୍ଗ ମାନଙ୍କ ପାଖକୁ ନିଜେ ଆସି ଅଭିଯୋଗ ଶୁଣିଲେ ସିଏମ । ୩୦ ଜଣ ଦିବ୍ୟାଙ୍ଗଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ତୁରନ୍ତ ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଅଭିଯୋଗ ଶୁଣାଣି ପାଇଁ ୧ ହଜାର ଲୋକ ପଞ୍ଜୀକରଣ କରିଥିଲେ । ପୂର୍ବ ସରକାରରେ ଲୋକଙ୍କ ଅଭିଯୋଗ ଶୁଣିବା ନାଁରେ କିପରି ଅଫିସର ହେଲିକପ୍ଟରେ ବୁଲୁଥିଲେ ତାକୁ ନେଇ ଟାର୍ଗେଟ କରିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଓଡିଶା ସାରା ବିଜେଡି ସରକାର ବେଳେ ସମବାୟ ବିଭାଗ ପାଲଟିଥିଲା ଦୁର୍ନୀତିର ଗନ୍ତାଘର । ଖୋଦ୍ ପୂର୍ବତନ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଭାଇଙ୍କ ନାଁରେ ଗୁରୁଡଝାଟିଆରୁ ଆସିଥିଲା ଦୁର୍ନୀତିର ବଡ ଅଭିଯୋଗ । ଏପରିକି ନବୀନ ସରକାରରେ ନ୍ୟାୟ ନପାଇବାରୁ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ଚାଷୀ । ବିଧାନସଭାର ଉତ୍ତର କହୁଛି ବିଜେଡି ସରକାରରେ 18 କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଥିଲା 147 କୋଟିର ଦୁର୍ନିତୀ।