ଏଠାରୁ ସଂଗୃହିତ ସୁନାର ନମୂନା ଭଲ ବୋଲି ଜଣାପଡିଛି । ଯାହାକୁ ନେଇ ଗୋପପୁର ଗାଁରେ ସୁନାଖଣି ହେବା ନେଇ ଆଶା ପ୍ରକାଶ ପାଇଛି ।
ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ବହୁବର୍ଷ ପୂର୍ବରୁ ଲୋକେ ଏହି ଜଙ୍ଗଲର ମାଟିତଳୁ ସୁନା ସଂଗ୍ରହ କରୁଥିବା ଯୋଗୁଁ ଏହି ଜଙ୍ଗଲର ନାଁ ସୁନାଖଣି ଜଙ୍ଗଲ ରହିଛି । ୮୦ ଦଶକରୁ ସରକାରଙ୍କ ଦ୍ବାରା ଏହି ଜଙ୍ଗଲରେ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ଧରି ବନ୍ଦ ରହିଥିଲା ।
ହେଲେ, ଗତ ୨ବର୍ଷ ଧରି ଏଠାରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ଏଠାକାର ସୁନାର ମାନ ଉନ୍ନତ ଧରଣର ଜଣାପଡିବା ପରେ ଲୋକଙ୍କ ମନରେ ଏଠାରେ ସୁନାଖଣି ହେବା ନେଇ ଆଶା ସଞ୍ଚାର ହୋଇଛି । ଗୋପପୁର ଗାଁରେ ସୁନାଖଣି ହେଲେ, କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଯୋଡି ହେବ ବୋଲି ମତ ପ୍ରକାଶ ପାଇଛି ।