ଅର୍ଗସ ବ୍ୟୁରୋ:ଆବର୍ଜନା କଥା ଶୁଣିଲେ ସଭିଏଁ ନାକ ଟେକନ୍ତି କିନ୍ତୁ ସେହି ଆବର୍ଜନା ଦେଇଛି ରୋଜଗାର କଥାଟା ଶୁଣିବାକୁ ଅଡୁଆ ଲାଗିଲେ ବି ସତ। କୋରାପୁଟ ଜିଲ୍ଲା ଜୟପୁରର ୧୦୦ ମହିଳାଙ୍କୁ ରୋଜଗାର ଦେଇଛି ଆବର୍ଜନା। ସ୍ଵଛ ଭାରତ ମିସନରେ ସ୍ଵାବାଲମ୍ବି ହୋଇଛନ୍ତି ମହିଳା। ଅଳିଆକୁ ରିସାଇକ୍ଲିଂ କରି ଏହି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି। ଆବର୍ଜନା ରୁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଜୈବିକ ସାର। ପ୍ରତ୍ୟେକ ଦିନ ଅଳିଆ ଆବର୍ଜନାକୁ ଗୋଟିଏ ୱେଷ୍ଟ ସେଣ୍ଟରରେ ଏକତ୍ରିତ କରାଯାଇ ତାକୁ ପ୍ରଥମେ ବିଭାଜିକରଣ କରାଯାଉଛି। ପରେ ସେଥିରୁ ପଲିଥିନ, ବୋତଲ, କାଗଜ ଓ ପରିବାକୁ ବଛା ଯାଉଛି। ପରେ ଏ ସବୁକୁ ପୌର ପାଳିକା ତରଫରୁ କରାଯାଇଥିବା ୱେଷ୍ଟ ସେଣ୍ଟର ଭିତରେ ଥିବା ବିଭିନ୍ନ କୁଣ୍ଡରେ ପକାଯାଉଛି,ପର୍ଯ୍ୟାୟ କ୍ରମେ ପ୍ରୋସେସିଂକରି ଖତ ପ୍ରସ୍ତୁତ କରାଯାଇ ବଜାରରେ କରାଯାଉଛି ବିକ୍ରି । ଏଭଳି କରି ଲାଭବାନ ହେଉଛନ୍ତି ଜୟପୁର ସହରର ଅନେକ ଏସଏସଜି ମହିଳା,ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ
ଅର୍ଗସ ବ୍ୟୁରୋ: ବାଲେଶ୍ବରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ । ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଦର ପୂର୍ବତନ ବିଧାୟକଙ୍କ ସ୍ବରୂପ ଦାସଙ୍କ ବିରୋଧରେ ଅଷନ୍ତୋସ ଝାଡିଛନ୍ତି ବିଜେଡି ନେତା ଶଶି କୁମାର ସାହୁ । ସାମାଜିକ ଗଣମାଧ୍ୟମରେ ସିମୁଳିଆ ପୂର୍ବତ୍ତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କୁ ଖଳ ପ୍ରକୃତିର ଲୋକ ଓ ବିଜୁ ଜନତା ଦଳ ତାଙ୍କ ପରିବାରର ସମ୍ପତି ନୁହଁ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି ଶଶି । ଗତକାଲି ବିଜେଡି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନରେ ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
କିନ୍ତୁ ସଭାକୁ ବାଲେଶ୍ବର ବସ୍ତା ବିଧାୟିକା ସୁବାଶିନୀ ଜେନା, ସଦର ବ୍ଲକ ଚୈୟାରମ୍ୟାନ, ଜିଲ୍ଲା ପରିଷଦ ଚୈୟାରମ୍ୟାନ ନାରାୟଣ ପ୍ରଧାନ ଓ ମ୍ୟୁନସିପାଲଟି ଚୈୟାରମ୍ୟାନ ସବିତା ସାହକୁ ଡକା ଯାଇନଥିଲା, ଯାହାକୁ ନେଇ ଆଜି ସାମାଜିକ ଗଣ ମାଧ୍ୟମରେ ବିଜେଡି ନେତା ଶଶି କୁମାର ସାହୁ ଅଷନ୍ତୋଷ ବ୍ୟକ୍ତ କରିବା ସହିତ ଜୌତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କିଛି ମାସର ବ୍ୟବଧାନ ପରେ ଚଳିତବର୍ଷ ଆଜିଠାରୁ ଖୋଲିଛି ଜାତୀୟ ଉଦ୍ୟାନ । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବାବେଳେ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲିଛି । ଶିମିଳିପାଳର ଇକୋ କଟେଜ ଗୁଡିକୁ ସଜ୍ଜିତ ହୋଇଛି । ଏବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବ । ସକାଳ ୬ଟାରୁ ୧୨ ଟା ଯାଏ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ଅନଲାଇନରେ ବୁକିଂ କରିପାରିବେ । ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ଚଳିତବର୍ଷ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍। ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍ର ରେଡ୍ । ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି । ଭୋର 5 ଟାରୁ ଦିନ 9ଟା ପର୍ଯ୍ୟନ୍ତ 4 ଘଣ୍ଟା ଧରି ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଚଢ଼ାଉବେଳେ 2ଟି ବଡ଼ ଦେଶୀ ମଦ ଭାଟିରୁ ମଦ ନଷ୍ଟ କରିଛି ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...