ଅର୍ଗସ ବ୍ୟୁରୋ : ଅନ୍ଧାରରେ ଡିଗ୍ରୀଧାରୀ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ନିଯୁକ୍ତି ପ୍ରକ୍ରିୟାରେ ବେଆଇନ ପଦ୍ଧତି ପ୍ରଣୟନ କରି ଛାତ୍ରଛାତ୍ରୀଙ୍କ ସହିତ ଧୋକ୍କା କରୁଛି ରାଜ୍ୟ ଜଳସମ୍ପଦ ବିଭାଗ । ଓପିଏସ୍ସି ବଦଳରେ ଗେଟ୍ ଜରିଆରେ ନିଯୁକ୍ତି ପ୍ରକ୍ରିୟା ହେଉଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆଶାୟୀ । ଏସବୁକୁ ବିରୋଧ କରି ରାଜରାସ୍ତାରେ ଗର୍ଜିଛନ୍ତି ଶହ ଶହ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । ଭୁବନେଶ୍ବର ଲୋୟର ପିଏମଜିରେ ଡିଗ୍ରୀଧାରୀ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନେ ଜୋତା ପଲିସ କରି ପ୍ରତିବାଦ ଜଣାଇବା ସହ ନିଯୁକ୍ତି ପ୍ରକ୍ରିୟା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ଜଳସମ୍ପଦ ବିଭାଗ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପାଇଁ ସଂଶୋଧିତ ବିଜ୍ଞପ୍ତି ଜରିଆରେ ଏହି ନିୟମ ପ୍ରଣୟନ କରାଯାଇଛି । ଏହି ପ୍ରକ୍ରିୟାରେ ଓପିଏସ୍ସି ବଦଳରେ ଗେଟ୍ ପରୀକ୍ଷାର ପୂର୍ବ ୩ ବର୍ଷର ପରୀକ୍ଷା ଫଳକୁ ମାପଦଣ୍ଡ ଭାବେ ବିବେଚନା କରାଯିବ ବୋଲି ଉଲ୍ଲେଖ ରହିଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ, ଆଶା ଆଶଙ୍କାରେ ଶତାଧିକ ଛାତ୍ରଛାତ୍ରୀ । ଏନେଇ ଛାତ୍ରଛାତ୍ରୀମାନେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗ ସଚିବଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳ ମିଳିଲାନି । ବାଧ୍ୟ ହୋଇ ଆଜି ପ୍ରତିବାଦ କରୁଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।