ଅଧିକ ପଢନ୍ତୁ: ଗ୍ରୀଷ୍ମ ଆରମ୍ଭ ରୁ ଜଳ ଯନ୍ତ୍ରଣା
ଆଜି ଯାଏ ଏସବୁର ମରାମତି କାର୍ଯ୍ୟ କରିବା ପାଇଁ ବହୁ ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରନ୍ତି।ଗ୍ରାମବାସୀ ଙ୍କ କହିବା ମୁତାବକ ଯେଉଁ ହଳଦିଆ ଗାଁରେ ଏକ ଉଚ୍ଚ ପାଣି ଟାଙ୍କି ଟିଏ ଅଛି ତାହା ମଧ୍ୟ ଘରକୁ ଘର ପାଣି ଯୋଗାଇବା ପାଇଁ ଅସମର୍ଥ। ନାମକୁ ମାତ୍ର ଉଚ୍ଚ ପାଣି ଟାଙ୍କି।ଗାଁ ମଝିରେ ଥିବା ଏକ ବ୍ୟକ୍ତିଙ୍କ ନିଜସ୍ୱ ଗଭୀର କୂଅରୁ ଗ୍ରାମବାସୀ ମାନେ ପାଣି ନେଇଥାନ୍ତି। ଆଗକୁ ଖରା ଦିନ ଆସୁଛି ସେ କୂଅ ଟିର ମଧ୍ୟ ଜଳ ସ୍ତର କମି ଯିବା ହେତୁ ନାନା ପ୍ରକାରର ଅସୁବିଧାର ସାମ୍ନା କରନ୍ତି ବୋଲି ପ୍ରକାଶ କରନ୍ତି ଗ୍ରାମବାସୀ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ