ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବାରିପଦାର ଭଞ୍ଜପୁର ଥାନାରେ ନାହିଁ ସିସିଟିଭି । ରିୟାଲିଟି ଚେକ୍ କଲା ଅର୍ଗସ୍ । 2023 ମସିହା ସେପ୍ଟେମ୍ବର ମାସ 1 ତାରିଖରେ ନୂଆ କରି "ଭଞ୍ଜପୁର ଥାନା" ଖୋଲାଯାଇଥିଲା । ତତ୍କାଳୀନ ବିଜେଡି ସରକାର ରାଜ୍ୟରେ ୩୦ଟି ଥାନା ନୂଆ କରି ଖୋଲିଥିବାବେଳେ ବାରିପଦା ଟାଉନ ଥାନାକୁ ଭାଗ କରି ସହରର ୧୧ଟି ୱାର୍ଡ ବାସିନ୍ଦାଙ୍କ ସୁରକ୍ଷା ପାଇଁ ଭଞ୍ଜପୁର ଥାନା ଖୋଲା ଯାଇଥିଲା । ହେଲେ ଥାନା ଖୋଲାଯିବାର ବର୍ଷେ ୯ ମାସ ବିତି ଯାଇଥିଲେ ସୁଦ୍ଧା ଏଠାରେ ଆଜି ପର୍ଯ୍ୟନ୍ତ ସିସିଟିଭି ଲାଗିପାରିଲା ନାହିଁ । ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁସାରେ ପ୍ରତ୍ୟେକ ଥାନାରେ ସିସିଟିଭି ଲାଗିବା ବାଧ୍ୟତାମୂଳକ । ତାହେଲେ ଏତେଦିନ ପର୍ଯ୍ୟନ୍ତ ଥାନାରେ ସିସିଟିଭି କାହିଁକି ଲାଗିନାହିଁ, ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏକ କାରଣରୁ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ଏହି ଫିଲ୍ମକୁ ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ କରାଯାଇଛି । ଭାରତୀୟ ଚଳଚ୍ଚିତ୍ର ମହାସଂଘ ୨୯ଟି ଚଳଚ୍ଚିତ୍ର ମଧ୍ୟରୁ 'ଲାପତା ଲେଡିଜ୍'କୁ ବାଛିଛି। ଏହି ତାଲିକାରେ 'ଆନିମଲ୍', ମାଲାୟାଲମ୍ ନ୍ୟାସନାଲ୍ ଆୱାର୍ଡ ବିଜେତା 'ଅଟ୍ଟାମ୍', ତାମିଲ ଫିଲ୍ମ ମହାରାଜା ଏବଂ କାନ୍ସ ବିଜେତା 'ଅଲ୍ ୱି ଇମାଜିନ୍ ଇଜ୍ ଲାଇଟ୍' ଅନ୍ତର୍ଭୁକ୍ତ।
ଆସାମୀ ନିର୍ଦ୍ଦେଶକ ଜାହ୍ନୁ ବରୁଆଙ୍କ ଅଧ୍ୟକ୍ଷତାରେ ଗଠିତ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତିକ୍ରମେ ଲାପତା ଲେଡିଜକୁ ଏକାଡେମୀ ପୁରସ୍କାରର ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।
ଫିଲ୍ମର ଅଫିସିଆଲ ଏଣ୍ଟ୍ରି ହେବା ପରଠାରୁ ଫିଲ୍ମର ଷ୍ଟାରମାନେ ବହୁତ ଖୁସି ଅଛନ୍ତି । ସମସ୍ତେ ଗଣମାଧ୍ୟମରେ ନିଜର ଖୁସି ଜାହିର କରୁଛନ୍ତି । 'ଲାପତା ଲେଡିଜ୍'ରେ ରବି କିଶନ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ ହେବା ପରେ ରବି କିଶନ ଖୁସି ପ୍ରକାଶ କରିଛନ୍ତି। ରବି କିଶନଙ୍କ ସହ ନିତାଂଶୀ ଗୋୟଲ, ପ୍ରତିଭା ରାଣ୍ଟା ଏବଂ ସ୍ପର୍ଶ ଶ୍ରୀବାସ୍ତବ ମଧ୍ୟ 'ଲପଟା ଲେଡିଜ୍'ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟରେ ଏକ ରଣା ସାପକୁ ପାଇଥିଲେ।
ଏହାପରେ ବନ ବିଭାଗକୁ ଖବର ଦେଇ ଥିଲେ। ଖବର ପାଇ ବନବିଭାଗ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ରଣା ସାପଟିକୁ କୁଚେଇବୁଢ଼ି ରିଜର୍ଭ ଫରେଷ୍ଟରେ ଛାଡି ଦିଆ ଯାଇଛି। ସାପଟିର ଲମ୍ବ ପାଖାପାଖି ୬ହେବ ବୋଲି ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର