କୋର୍ଟ ଅମିନଙ୍କ ଏବଂ ସଶସ୍ତ୍ର ପୋଲିସବଳର ଉପସ୍ଥିତିରେ ଆଜି ଝୁପୁଡ଼ି ପଡ଼ା ବସ୍ତିରେ ଚାଲିଥିଲା ଜେସିବି ମେସିନ। ଉଚ୍ଛେଦ କାର୍ଯ୍ୟ ଆରମ୍ଭ ପୂର୍ବରୁ ଝୁପୁଡି ପଡ଼ା ଠାରେ ପୋଲିସ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇ ବସ୍ତିବାସିନ୍ଦାଙ୍କୁ ଘର ଖାଲି କରିବା ସହିତ ନିଜ ନିଜ ଜିନିଷପତ୍ର ନେଇ ସେଠୁ ଅନ୍ୟତ୍ର ଯିବାକୁ କୁହାଯାଇଥିଲା। କିନ୍ତୁ ଠିକ ସମୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ହୋଇଥିଲା। ବସ୍ତିବାସୀନ୍ଦାଙ୍କ ଓକିଲ ଏବଂ ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଇଥିଲା I
ଉଚ୍ଛେଦ ଯୋଗୁଁ ବର୍ତ୍ତମାନ ଏହି ବସ୍ତିରେ ରହୁଥିବା ପାଖାପାଖି 45 ଟି ଘରରେ ବସବାସ କରୁଥିବା ଲୋକେ ନିଜର ବାସସ୍ଥାନ ହରାଇଛନ୍ତି। ଅନ୍ୟପଟେ ପାଖରେଥିବା ସ୍ଥାନୀୟ ଏକ ଡୁଙ୍ଗୁରିରେ ପ୍ରଶାସନ ପକ୍ଷରୁ ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି I
ସୂଚନାଯୋଗ୍ୟ ଏହି ଜମିଟି ଯାହାର ପରିମାଣ ୩ ଏକର ୨୫ ଡେସିମିଲ ରହିଛି l ଏହି ଜମିଟି ନିମିଷ ଆଥା ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଶାସନ ଲିଜରେ ଦେଇଥିବା ବେଳେ ଏହି ଜମିଟିକୁ ଲିଜ ଦିଆଯିବା ପୂର୍ବରୁ ଏଠି ବସ୍ତି ଗଢିଉଠିଥିଲା। ତେବେ ଏହି ଜମିକୁ ନିଜ ଦଖଲକୁ ନେବା ପାଇଁ ସମ୍ପୃକ୍ତ ଲିଜଧାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ଜିଲ୍ଲାକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଉକ୍ତ ବ୍ୟକ୍ତିଙ୍କୁ ଜମି ହସ୍ତାନ୍ତର କରାଯାଉ I ତେବେ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଛି l