ସମୁଦାୟ ୩୧୯ଟି ବୁଥ୍ରେ ଭୋଟ ଗ୍ରହଣ ହେଉଛି । ଏଥିରେ ସମୁଦାୟ 1276 ପୋଲିଂ ପାର୍ଟି ନିୟୋଜିତ ଅଛନ୍ତି । 120 ବୁଥରେ ୱେବ୍ କାଷ୍ଟିଂ ଓ 66ଟି ବୁଥ ସିସିଟିଭି ସର୍ଭେଲାନ୍ସରେ ରହିଛି। ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଳକରୁ ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି।
ପଦମପୁର ଉପନିର୍ବାଚନ, ୮ ଖଣ୍ଡ ଭୋଟ୍ ପଡ଼ିବା ପରେ ଇଭିଏମ୍ରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି

ଅର୍ଗସ ବ୍ୟୁରୋ: ପଦମପୁର ଉପନିର୍ବାଚନ । ଇଭିଏମ୍ ଅଚଳ, ମତଦାନ ବାଧାପ୍ରାପ୍ତ । ୮ ଖଣ୍ଡ ଭୋଟ୍ ପଡ଼ିବା ପରେ ଇଭିଏମ୍ରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି । ପଦ୍ମପୁର ରାଜବୋଡା ସମ୍ବର-୨୦୯ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ଆସୁଛି ।ଆଜି ପଦମପୁର ଉପନିର୍ବାଚନ ପାଇଁ ଭୋଟିଂ । ୨ ଲକ୍ଷ ୫୭ ହଜାର ମତଦାତା ବାଛିବେ ବିଧାୟକ । ମତଦାନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି ।
Download Argus News App
