ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଜୁନ୍ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି । ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ଏହି ବିଶାଳ ଜନସଭାରେ ମୋଦିଙ୍କ ପ୍ରତିଛବି ଧରିଥିବା କୁନି କୁନି ପିଲାମାନଙ୍କ ଚିତ୍ର ସଂଗ୍ରହ କରିବାକୁ ଏସପିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ । କୁନି କୁନି ଛୁଆଙ୍କର ଏହି ଭଲପାଇବା ମତେ ଅଭିଭୂତ କରିଛି । ମୁଁ ଓଡ଼ିଆରେ ପୂର୍ବରୁ ଚିଠି ଲେଖିଛି । ଆଗକୁ ବି ଲେଖିବି । ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ, ଯିଏ ଏଠାକାର ସମସ୍ୟା ଜାଣିଛି, ସମାଧାନ ଜାଣିଛି । ଯିଏ ଲୋକଙ୍କ ସହ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ । ଏ ହେଉଛି ମୋଦିର ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ଜନସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।