ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଏଥିରେ ଅସୁବିଧା। ବାସ୍ତବରେ ବିବାହ କରିବାକୁ ଜିଦି ଧରିଥିବା ଏହି ମହିଳା ଜଣକ ପୂର୍ବରୁ ବିବାହିତ। ତାଙ୍କର ୨ଟି ଛୁଆ ବି ଅଛନ୍ତି। ହେଲେ ସେ ନିଜ ସ୍ବାମୀଙ୍କୁ ଛାଡି ଟୁଙ୍ଗୁରୁଙ୍କ ପ୍ରେମରେ ପଡିଛନ୍ତି। ହେଲେ ତାଙ୍କ ପରିବାର ଲୋକେ ଜଣେ ବିବାହିତ ମହିଳା ସହ ବିବାହ କରାଇ ଦେବାକୁ ଇଚ୍ଛୁକ ନୁହଁନ୍ତି। ଯେଉଁଥିପାଇଁ ସେମାନେ ଟୁଙ୍ଗୁରୁଙ୍କୁ ଘରୁ ଛାଡୁ ନାହାନ୍ତି।
ହେଲେ ପ୍ରେମିକା ମହିଳା ଜଣକ ବିବାହ କରିବେ ବୋଲି ଆଜି ଭରତପୁର ଥାନାରେ ହାଜର ହୋଇଥିଲେ। ହାତରେ ଥିଲା ବରଣମାଳା, ଶଂଖା, ସିନ୍ଦୁର। ପୁଲିସ ପାଖରେ ଏକା ଜିଦ୍ ମୁଁ ବାହା ହେବି ତ କେବଳ ଟୁଙ୍ଗୁରୁ ଭୋଳକୁ।
ସୂଚନାଯୋଗ୍ୟ, ଏହି ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ। ହେଲେ ଗୋଟିଏ ଦିନ ଶରୀର ଅସୁସ୍ଥ ପାଇଁ ଡାକ୍ତରଖାନା ଯେଉଥିବା ବେଳେ ଟୁଙ୍ଗୁରୁ ଭୋଳଙ୍କ ସହ ଦେଖା ହୋଇଥିଲା। ଟୁଙ୍ଗୁରୁ ଥିଲେ ଅଟୋଚାଳକ। ଏବଂ ସମ୍ପର୍କୀୟ ଦିଅର। ସେଇଠୁ ପ୍ରେମ ଆରମ୍ଭ ହେଲା ବୋଲି ମହିଳାଙ୍କ ଦାବି।
ବୟସରେ ଟୁଙ୍ଗୁରୁ ସାନା ହେଲେ ବି ବର୍ଷା ତାଙ୍କୁ ବିବାହ କରିବେ ବୋଲି ଜିଦି ଧରିଛନ୍ତି। ଏପରିକି ସେ ଟୁଙ୍ଗୁରୁଙ୍କ ପାଇଁ ନିଜ ସ୍ବାମୀ ଓ ୨ଟି କଅଁଳା ଛୁଆଙ୍କୁ ବି ଛାଡିଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ମହିଳା କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ। ତାଙ୍କ କହିବା କଥା, ନିଜ ବାପା, ମା’ ହୁଅନ୍ତୁ କି ସ୍ବାମୀ କେହି ତାଙ୍କୁ ସେତେ ଭଲ ପାଇ ନାହାନ୍ତି ଯେତେ ତାଙ୍କୁ ଟୁଙ୍ଗୁରୁ ଭଲ ପାଇଛନ୍ତି।