ଏହି ଗ୍ରାମରେ ପ୍ରାୟ ୮୦ ପରିବାର ଲୋକେ ବସବାସ କରୁଥିବା ବେଳେ ଗ୍ରାମର ଜନସଂଖ୍ୟା ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ । ଏହି ୪ ଶହ ଲୋକଙ୍କ ପାଇଁ ଗତ ତିନିବର୍ଷ ତଳେ ପିଇବା ପାଣି ପାଇଁ ଏକ ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଲୋକେ ସେଥିରୁ ପିଇବା ପାଣି ପାଇବା ସହଜ ହେଉଥିଲା । ହେଲେ ବର୍ଷେ ଉକ୍ତ ସୋଲାର ପ୍ରକଳ୍ପ, ପାନୀୟ ଜଳ ଯୋଗାଇ ତା ପର ବର୍ଷ ଅଚଳ ହୋଇଗଲା ।
ସୋଲାର ପ୍ରକଳ୍ପ ମରାମତି ପାଇଁ ଛେଣ୍ଡିଗୁଡା ଗାଁ ଲୋକେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓ , ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ , ପିଇଓ , ବିଧାୟକ , ସାଂସଦ ଙ୍କୁ ଗୁହାରି କରିଥିଲେ । କିନ୍ତୁ ମରାମତି ହେଉନାହିଁ । ଏହାପରେ ଲୋକେ ଗାଁ ରେ ଥିବା ଦୁଇଟି ନଳକୂପ ଉପରେ ନିର୍ଭର କରୁଛନ୍ତି । ହେଲେ କେବଳ ଗୋଟିଏ ନଳକୂପ ରେ ବିଶୁଦ୍ଧ ଜଳ ବାହାରୁଥିବା ବେଳେ ଅନ୍ୟ ନଳକୂପରୁ ଗୋଳିଆ ପାଣି ବାହାରୁ ଥିବା କହିଛନ୍ତି ଗାଁ ଲୋକେ ।
ଗାଁରେ ଦୁଇଦୁଇଟି ପୋଖରୀ ରହିଛି , ପଖୋରୀ ମରାମତି ପାଇଁ ବାରମ୍ବାର ଗାଁ ଲୋକେ ଦାବି କରି ଆସୁଛନ୍ତି , କିନ୍ତୁ ପୋଖରୀ ଦୁଇଟି ମରାମତି ହେଉନାହିଁ । ଯଦ୍ୱରା କି ଗ୍ରାମର ଗାଈ ଗୋରୁ ଙ୍କ ପିଇବା ପାଣି ପାଇଁ ଅସୁବିଧା ହେଉଛି । ରାଜ୍ୟ ସରକାର ଗାଁ ଗାଁ ରେ ପୋଖରୀ ନିର୍ମାଣ ପାଇଁ ମନରେଗା ଯୋଜନାରେ ଅନୁଦାନ ପ୍ରଦାନ କରୁଥିବା ବେଳେ ଛେଣ୍ଡିଗୁଡା ଗ୍ରାମରେ ବର୍ଷ ବର୍ଷ ଧରି ପୋଖରୀ ମରାମତି ହେଉନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ଏନେଇ ମଧ୍ୟ ଗାଁ ର ୱାର୍ଡ ସଭ୍ୟ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସଭାସମିତି ରେ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଯଥା ଶୀଘ୍ର ଗାଁରେ ଉପୁଜିଛି ଥିବା ସମସ୍ୟାର ସମାଧାନ ପ୍ରଶାସନ ନକରେ, ତେବେ ଆଗାମୀ ନିର୍ବାଚନ ବର୍ଜନ କରିବାକୁ ଗାଁ ଲୋକେ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର