କଟକ: ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ମେଡିକାଲରେ ଉତ୍ତେଜନା । ଏକ 8 ବର୍ଷ ଶିଶୁର ମୃତ୍ୟୁକୁ ନେଇ ଆଜି ଏସ୍ସିବି ମେଡିକାଲ୍ରେ ମୃତକଙ୍କ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲ୍ର କାଜୁଆଲିଟି ଓ୍ୱାର୍ଡରେ ତାଲା ପକାଇ ଦେଇଥିଲେ ।
ସୂଚନା ଅନୁସାରେ, କଟକ ସିଡିଏ ଅଞ୍ଚଳର ସରୋଜ ଦାସଙ୍କ ୮ ବର୍ଷର ପୁଅ ପ୍ରତ୍ୟୁଶ ଦାସକୁ ଚିକିତ୍ସା ପାଇଁ ଏସସିବିକୁ ଗତକାଲି ଅଣାଯାଇଥିଲା । ତେବେ ଡାକ୍ତର ସାଲାଇନ ଲାଗିବ ବୋଲି କହି ୱାର୍ଡକୁ ପଠାଇଥିଲେ । ହେଲେ ସେଠାରେ ଥିବା ନର୍ସ ରାତିରେ ନୁହେଁ ସକାଳେ ସାଲାଇନ ଲାଗିବ ବୋଲି କହିଥିଲେ । ଏହାରି ଭିତରେ ହେଲେ ଆଜି ଭୋର ସମୟରେ ଶିଶୁଟିର ମୃତ୍ୟୁ ଘଟିଥିଲା ।
ତେଣୁ ପରିବାର ବର୍ଗ ନର୍ସଙ୍କ ଅବହେଳା ଦର୍ଶାଇ ଅନ୍ୟମାନଙ୍କ ସହ ମିଶି ହୋ ହଳ୍ଲା କରିବା ସହ କାଜୁଆଲିଟି ଫାଟକରେ ତାଲା ପକାଇଥିଲେ । ଘଟଣା ସମ୍ପର୍କରେ ମଙ୍ଗଳାବାଗ ଥାନା ଖବରପାଇ ଘଟଣାସ୍ଥଳକୁ ଆସି ମୃଦୁ ଲାଠି ଚାଲନା କରିବା ପରେ ପରିସ୍ଥିତି ସ୍ଵାଭାବିକ ହୋଇଛି ।
ଅର୍ଗସ ବ୍ୟୁରୋ: ବିଶ୍ୱକପ ପୂର୍ଵରୁ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆ ସହ ମୁହାଁ ମୁହିଁ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯିବ । ବିରାଟ କୋହିଲି, ରୋହିତ ଶର୍ମା ଓ ହାର୍ଦ୍ଧିକ ପାଣ୍ଡିଆଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ଵ ନେବେ ।
ଅକ୍ଟୋବର ୫ ରୁ ଆରମ୍ଭ ହେଵାକୁ ଥିଵା ଆଇସିସି ୱାଲ୍ଡକପ ପୂର୍ଵରୁ ଅଷ୍ଟ୍ରେଲିଆ ଦଳକୁ ପରକ୍ଷିଵା ପାଇଁ ଏକ ଉତ୍ତମ ସୁଯୋଗ ହେଵ । ଦିନିକିଆ ସିରିଜିର ଅନ୍ୟ ଦୁଇଟି ମ୍ୟାଚ ସେପ୍ଟେମ୍ଵର ୨୪ ଓ ସେପ୍ଟେମ୍ଵର ୨୭ରେ ରାଜକୋଟରେ ଖେଳାଯିଵ ।
ଦୀର୍ଘ ୧୨ ବର୍ଷ ତଳେ ୨୦୧୧ ମସିହାରେ ଭାରତୀୟ ଦଳ ୱାଲ୍ଡକପ ଟ୍ରଫି ହାତେଇ ଥିଲା । ତେଣୁ ଟ୍ରଫି ହାତେଇଵା ପାଇଁ ଭାରତୀୟ ଦଳ ଵେଶ ଆଶାଵାଦୀ ରହିଥିଵାଵେଳେ ଆଗାମୀ ୱାଲ୍ଡକପ ସଂସ୍କରଣରେ ଭାରତୀୟ ଦଳ ଅକ୍ଟୋଵର ୮ରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିଵ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିଵ ।
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଘର ଭିତରେ ବେକରେ ଗାମୁଛାରେ ରସି ଲଗାଇ ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ କଲ୍ୟାଣପୁର ଗ୍ରାମରେ। ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ଚନ୍ଦନ ଭୋଇ। ଚନ୍ଦନ ଭୋଇକୁ ପରିବାରଲୋକେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ ଚନ୍ଦନ ଭୋଇ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି।