ଏ ଚିତ୍ର ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଫାନିଆ ପଞ୍ଚାୟତର। ବସୁଧା ଡିଣ୍ଡିମ ଫେଲ। ପ୍ରଚାର ପ୍ରସାରରେ ସୀମିତ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଟୋପେ ପାଣିପାଇଁ ଡହଳ ବିକଳ ପଞ୍ଚାୟତ ବାସୀ। ବସୁଧା ଯୋଜନାରୁ କୋଷ ଦୂରରେ ଫାନିଆ ପଞ୍ଚାୟତ ବାସୀ।
ବସୁଧା ଯୋଜନାରେ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଦେବେ ବୋଲି ସରକାର କହୁଛନ୍ତି। କିନ୍ତୁ ପ୍ରଚାର ପ୍ରସାର ସବୁ କାଗଜ କଲମରେ ସିମୀତ ଯାହା ଏ ଚିତ୍ର ବୟାନ କରୁଛି ଦେଖନ୍ତୁ ପିକରି ଗାଁ କୁ ଗାଁ, ଘରକୁ ଘର ପାଇପ୍ ବିଛାହୋଇଛି ଲୋକ ଦେଖାଣିଆ। ବର୍ଷ ବର୍ଷ ଧରି ଲୋକେ ଚାତକ ପରି ଚାହିଁ ବସିଛନ୍ତି କେବେ ପାଇପରେ ପାଣିଆସିବ । ମୁଣ୍ଢାକଟା ଓ ସାଲସାହି ଗ୍ରାମରେ ଛିଡା ହୋଇଥିବା ପାଣିଟାଙ୍କି ଦେଖନ୍ତୁ । ଗ୍ରାମବାସୀଙ୍କ ବହୁ ଅଭିଯୋଗ ପରେ ପାଣିଟାଙ୍କି କାର୍ଯ୍ୟ ଆରମ୍ଭ ହୋଇଥିଲା, ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ବିତିଗଲା ସେହିପରି ପାଣିଟାଙ୍କି ଛିଡା ହୋଇଛି।
ଖରା ଦିନ ଆସିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ବଡଢେଙ୍କିଆ, ତେଣ୍ଟପୋଷି, ଜମ୍ଭିରାପାଳ, ଡୁମୁରୁଡ଼ିହା , ବଣଗାଁ, କୁଣ୍ଡିଆଶୋଲ, ଚକଚକିଆ, ମଣ୍ଡା, ଗଣ୍ଡାଖାଲ ଆଦି ଗ୍ରାମରେ ପାଣି ଟାଙ୍କି ଛିଡାହୋଇଛି। ନିର୍ବାଚନ ପାଖେଇ ଆସିବାରୁ ଭୋଟ ହାତେଇବାକୁ ବିଜେଡି ସରକାରର ବଡ଼ ଚାଲ। ତେବେ ଗ୍ରାମାଞ୍ଚଳରେ ବସୁଧା ଯୋଜନା ସମ୍ପୁର୍ଣ୍ଣ ଫେଲ ମାରିଛି କହିଲେ ବି କିଛି ଭୂଲ ହେବନି।
କେବେ ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ପାଖରେ ସରକାର ଶୁଦ୍ଧ ପାନୀୟଜଳ ଯୋଗାଇ ଦେବ ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର