ବରଗଡ଼ ପଦ୍ମପୁର ଚାଷୀଙ୍କୁ ସରକାରୀ ଧୋକା
୨୦୨୧ ମରୁଡ଼ି ଇନପୁଟ୍ ସବସିଡ ଓ ବୀମା ଟଙ୍କା ଏପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ । ଉପନିର୍ବାଚନବେଳେ ମିଳିଥିଲା ପ୍ରତିଶ୍ରୁତି । ହେଲେ ସବୁ ଚାଷୀଙ୍କୁ ଦେଲନି ଟଙ୍କା । ୭୨ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହେଲା । ଅନେକ ଆନ୍ଦୋଳନ ପରେ ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା । ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ ।
ବରଗଡ଼ ଜିଲ୍ଲାରେ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ
ମଣ୍ଡି ଭିତ୍ତିଭୂମି ସଜଡ଼ା ହେଲାନି କି କଟନି ଛଟନିରୁ ଚାଷୀଙ୍କୁ ମିଳିଲାନି ତ୍ରାହି । ଏହା ସାଙ୍ଗକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ 2022 ମସିହା ନଭେମ୍ବର 1 ତାରିଖରୁ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ । ସେତେବେଳେ ପଡ଼ିଥିଲା ପଦ୍ମପୁର ଉପନିର୍ବାଚନ । ଦାବି ପୂରଣ ନେଇ ସେତେବେଳେ ଶାସକ ଦଳ ଦେଲା ପ୍ରତିଶ୍ରୁତି କିନ୍ତୁ ଭୋଟ୍ ସରିବା ପରେ ସବୁ ଭୁଲିଗଲେ ସରକାର । ଏଣୁ ଆଜି ବଡ଼ ସମାବେଶ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି କୃଷକ ସଂଗଠନ ।