ଅର୍ଗସ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସତ୍ୟାଗ୍ରହ। ଆଜି ଏହି ସତ୍ୟାଗ୍ରହ ଖେରସ ଛକ ନିକଟରୁ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ସହ ସହ ଚାଷୀ ଏହି ସତ୍ୟାଗ୍ରହ ରେ ଯୋଗଦାନ କରିଛନ୍ତି। ଯେ ପର୍ଯ୍ୟନ୍ତ ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାନଯାଇଛି। ଏହି ସତ୍ୟାଗ୍ରହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଚାଷୀ ମାନେ କହିଛନ୍ତି। ବିଶେଷ କରି ରଘୁନାଥପୁର ଅଞ୍ଚଳରେ ମାଙ୍କଡ ଉପଦ୍ରବ, ହରିଣ ମାନେ ବିଲ ରେ ପଶି ବିଲବାରି ନଷ୍ଟ କରୁଛନ୍ତି।
ମଣ୍ଡି ରେ ସୁ ବ୍ୟବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ରେ ସହାୟତା ରାଶି ପ୍ରଦାନ, ଫସଲ ବୀମା ପ୍ରାପ୍ତି, ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ, ବେକାରୀ ସମସ୍ୟା ଦୂରୀକରଣ ପ୍ରଭୁତି ସମସ୍ୟା ନେଇ ଚାଷୀ ଙ୍କ ସତ୍ୟାଗ୍ରହ କୁ ନବ ନିର୍ମାଣ କୃଷକ ସଙ୍ଗଠନ ସମର୍ଥନ ଜଣାଇଛି। ଯଦି ଜଗତସିଂହପୁର ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ କରି ନାହାଁନ୍ତି ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।