ଘର
ଓଡ଼ିଶା
ପୂର୍ବ ବିଜେଡି ସରକାରର ଅପାରଗାତର ପରିଣାମ ଭୋଗୁଛନ୍ତି ଚାଷୀ
ପୂର୍ବ ବିଜେଡି ସରକାରର ଅପାରଗାତର ପରିଣାମ ଭୋଗୁଛନ୍ତି ଚାଷୀ
by Banajyotshna Ray
Anugul
| Mon, Nov 11 | 3:14 p.m.
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବ୍ଲକର ୩୪ଟି ପଞ୍ଚାୟତ ଥିବାବେଳେ, ଏଠାକାର ଲୋକଙ୍କ ଏକମାତ୍ର ରୋଜଗାର କହିଲେ ଚାଷ । ହେଲେ ସରକାରୀ କାଗଜପତ୍ରରେ ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଳମାଳ, ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଅଲଗା । ଚାଷୀ ମାନେ ଜଳସେଚନ ଅଭାବରୁ ଅନେକ ସମୟରେ ମରୁଡ଼ିରେ ଶିକାର ହେଉଛନ୍ତି । ପାଣି ଅଭାବରୁ ଚାଷଜମି ପଡ଼ିଆ ବି ପଡ଼ିଛି । ବ୍ଲକରେ ୨୦୨୩ ମସିହାରେ ୩୨.୪୫ ହେକ୍ଟର ଚାଷଜମି ଥିଲା । ବର୍ତ୍ତମାନ ୨୩.୯୨ ହେକ୍ଟର ଜମିରେ ଚାଷ ହୋଇଛି । ମୋଟ୍ ୧୨.୬୬ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ, ଜଳସେଚନ ଜମି ୧୫.୦୧୫ ହେକ୍ଟର ଓ ଅଣ ଜଳସେଚିତ ୮.୯୦୦ ହେକ୍ଟର ଚାଷ ହୋଇଥିବା ଜଣାପଡ଼ିଛି । ପାଣି ଅଭାବରୁ ଚାଷ ଜମି ଆଁ କରି ରହିଛି ।
ଗତ ୨୪ ବର୍ଷର ବିଜେଡି ସରକାର ଏଠାରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ କଲେ ନାହିଁ । ଉଠାଜଳସେଚନ ପ୍ରକଳ୍ପ କେବଳ ନାମକୁ ମାତ୍ର ରହିଛି । କେଉଁଠି ପାଣି ବାହାରୁ ନାହିଁ ତ କେଉଁଠି ଭାଙ୍ଗି ଯାଇଛି । ବିଷେଶ ଭାବେ ବରପଦା, କୁଶିକିଳା, ବାଲିପଟ୍ଟା , ମାଛକୁଟା, ବସନ୍ତପୁରୁ କୋରଡା, କମ୍ପସଲା ଆଦି ପଞ୍ଚାୟତରେ ପାଣି ଅଭାବରୁ ଧାନ ଚାଷ ହୋଇ ପାରିନାହିଁ । ଆଉ ଯେଉଁ ପଞ୍ଚାୟତରେ ଚାଷ ହୋଇଛି ତାହା ପାଣି ଅଭାବରୁ ଧାନ ମରିବାକୁ ବସିଲାଣି । ବ୍ଲକରେ ଥିବା ୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମରାମତି ଅଭାବରୁ ଜଳସେଚନ ହୋଇପାରୁ ନାହିଁ । ସେପଟେ ଛେଣ୍ଡିପଦା ବିଧାୟକ କହିଛନ୍ତି, ରାଜ୍ୟର ବିଜେପି ସରକାର ସବୁବେଳେ ଚାଷୀଙ୍କ ହିତ ସାଧନରେ କାମ କରୁଛି । ଖୁବଶୀଘ୍ର ଜଳସେଚନର ସୁବିଧା କରାଯିବ ବୋଲି ସେ କହିଛନ୍ତି । ଭାଙ୍ଗି ଯାଇଥିବା ପ୍ରକଳ୍ପର ପୁନରୁଦ୍ଧାର ସହ ନୂଆ ପ୍ରକଳ୍ପର କରିବାକୁ ଚାଷୀ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: