ଟଙ୍କା ପୈଠ କରିବାର ୬ ମାସ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଜମିରେ ଗଭୀର ନଳକୂପ ଖନନ ହୋଇନାହିଁ। ବ୍ଲକର ଗରିବ ଚାଷୀମାନେ ସଠିକ ସମୟରେ ଓ ବର୍ଷକୁ ଦୁଇଥର ଚାଷ ଅମଳ ହେବା ନେଇ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଚାଷୀଙ୍କ ଜମିରେ ରିହାତି ମୂଲ୍ୟରେ ଗଭୀର ନଳକୂପ ଖନନ କରିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ ଚାଷୀମାନଙ୍କୁ ୨୦ ହଜାର ଟଙ୍କା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ରେ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଚନ୍ଦାହାଣ୍ଡି ବ୍ଲକରେ ଜଳବାୟୁ ପରିବର୍ତନ ଯୋଗୁଁ ଗତବର୍ଷ ସ୍ଥାନୀୟ ଚାଷୀମାନେ ଚାଷ କାମ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀମାନେ ଚାଷ କାମ କରିପାରିନଥିଲେ। ତେଣୁ ଶହ ଶହ ହେକ୍ଟର ଜମି ପଡ଼ିଆ ପଡ଼ି ରହିଥିଲା।
ତେବେ ଯେଉଁ ଚାଷୀମାନେ ଜମିରେ ଗଭୀର ନଳକୂପ ଖନନ କରିଛନ୍ତି ସେମାନେ ଚାଷ କାମ ଠିକ୍ ସମୟରେ କରିଥିଲେ ମଧ୍ୟ ଅମଳ କମ ହୋଇଥିବା ଅଭିଯୋଗ । ବର୍ତ୍ତମାନ ଓଡ଼ିଶା ରେ ମୌସୁମୀ ପହଞ୍ଚି ଥିଲେ ମଧ୍ୟ ଚନ୍ଦାହାଣ୍ଡି ବ୍ଲକ୍ ରେ ବର୍ଷା ର ଦେଖା ନାହିଁ। ଚାଷି ନିଜ ଜମିକୁ ପ୍ରସ୍ତୁତ କରି ଧାନ ବୁଣି ଆକାଶକୁ ଚାହିଁ ବସିଛି , ତେବେ ତତ୍କାଳୀନ ବିଜେଡି ସରକାର ଚାଷୀଙ୍କୁ ହତାଶ କରିଥିବା ବେଳେ ବିଜେପି ସରକାର ଆସିବା ପରେ ଚାଷୀଙ୍କ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି !
ଅଧିକ ପଢ଼ନ୍ତୁ ଓଡିଶା ଖବର: