ମିଗଜୋମରେ ହୋଇଥିବା କ୍ଷୟକ୍ଷତି ଦାବି, ଇନପୁଟ୍ ସବସିଡ଼ି ଓ ବୀମା ଟଙ୍କା ପ୍ରଦାନ ଦାବିରେ ତେଜୁଛି ଚାଷୀ ଆନ୍ଦୋଳନ । ବର୍ତ୍ତମାନ ସୁଦ୍ଧା କୌଣସି ଅଫିସର ଆଲୋଚନା କରିବା ପାଇଁ ମଧ୍ୟ ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ପୂର୍ବରୁ ଚାଷୀ, ବୀମା କମ୍ପାନୀ ଓ ଜିଲ୍ଲା ପ୍ରଶାସନ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ଓ ଚାଷୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ପ୍ରତାରଣା କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ଇନପୁଟ୍ ସବସିଟି ଓ ବୀମା ଟଙ୍କା ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...