ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେବସ୍ମିତା ରାଜନୀତି କରି ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସେବା କରିବାକୁ ପଣ ନେଇ ପ୍ରଥମେ ଡାକ୍ତରୀ ଚାକିରୀକୁ ଛାଡି ଥିଲେ ଓ କଂଗ୍ରେସରେ ନିଜ ଜେଜେ ଓ ବାପାଙ୍କ ସ୍ୱପ୍ନକୁ ପୁରା କରିବାକୁ ଲୋକଙ୍କ ପାଖକୁ ଯାଇ ଜନ ସମ୍ପର୍କ ସୃଷ୍ଟି କରିଥିଲେ । ଦୁଇଦିନ ତଳେ ପିସିସି ପକ୍ଷରୁ ଆଳି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ସେ ଟିକେଟ ପାଇବା ପରେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାପା ପୂର୍ବତନ ବିଧାୟକ ଦେବେନ୍ଦ୍ର ଏବେ ରୋଗ ସଜ୍ୟାରେ କିନ୍ତୁ ନିଜ ଝିଅକୁ ନିର୍ବାଚନ ଲଢ଼ିବା ପାଇଁ ନିଜ ଭିଟାମାଟି ଢିଅ ବିକ୍ରି କରିଦେବ କଥା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ନିଜ ଝିଅ ନିର୍ବାଚନ ଖର୍ଚ୍ଚ ବାବଦକୁ ଅର୍ଥ ସହାୟତା କରିବା ଉଦେଶ୍ୟରେ ସେ ଏହି ଢ଼ୀଅ ବିକ୍ରି କରିଥିବା କହିଛନ୍ତି । ତାହା ସହିତ ବିରୋଧୀଙ୍କୁ ମଧ୍ୟ ଉତ୍ତର ଦେଇଛନ୍ତି । ଶାସକ ଦଳ ପାଖରେ ଅର୍ଥ ବଳ ଥାଇ ପାରେ ମୋ ପଖାରେ ଲୋକଙ୍କ ଭଲ ପାଇବା ହିଁ ବଳ ବୋଲି ଶ୍ରୀ ଶର୍ମା କହିଛନ୍ତି ।