ସେହିପରି କୁମ୍ଭମେଳାରୁ ବର୍ତ୍ତମାନ ସୁଦ୍ଧା ଫେରିଥିବା 22ଜଣ ସେବାୟତଙ୍କ ମଧ୍ୟରୁ 2ଜଣଙ୍କ ନେଗେଟିଭ ବାହାରିଛି । 13ଜଣଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । 7ଜଣ ଏ ପର୍ଯ୍ୟନ୍ତ ଟେଷ୍ଟ କରିନାହାନ୍ତି । ଏମାନେ ନିଜ ଘର ଓ ବିଭିନ୍ନ ହୋଟେଲରେ ଆଇସୋଲେସନରେ ଅଛନ୍ତି ।
15 ସେବାୟତ ଓ ପରିବାରର 7 ଆକ୍ରାନ୍ତ ଚିହ୍ନଟ, ଜୋତାଷ୍ଟାଣ୍ଡର 19 ଜଣ ସଂକ୍ରମିତ

ପୁରୀ: ଶ୍ରୀମନ୍ଦିର ସହ ଜଡିତ ପୁଣି 50 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ସେବାୟତଙ୍କୁ କରୋନା । ସମୁଦାୟ 15 ଜଣ ସେବାୟତ ଓ ତାଙ୍କ ପରିବାରର 7 ଜଣ ପଜିଟିଭ୍ ବାହାରିଛନ୍ତି । ଜୋତାଷ୍ଟାଣ୍ଡର 19 ଜଣ ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର 9 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Download Argus News App
