କଟକ: କଟକରେ ନକଲି ବ୍ଲଡପ୍ରେସର ଔଷଧ ବିକ୍ରି ଅଭିଯୋଗରେ 2 ଷ୍ଟକିଷ୍ଟ ନାଁରେ ଏତଲା। ପୁରୀଘାଟ ଥାନାରେ ଏତଲା ଦେଲା ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ। ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାଁରେ ଏତଲା। ସମ୍ପୃକ୍ତ 2ଟି ଷ୍ଟକିଷ୍ଟକୁ କଳା ତାଲିକାଭୁକ୍ତ କରିଛି ବିଭାଗ। ସମ୍ପୃକ୍ତ 2ଟି ଷ୍ଟକିଷ୍ଟରୁ ୩୦ ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି। ଭିଆର ଡ୍ରଗ୍ସ ଏଜେନ୍ସିରୁ 15 ଲକ୍ଷର ନକଲି ଟେଲମା-40, ଟେଲମା-AM ଜବତ ହୋଇଥିଲା।
ବିକ୍ରି ପାଇଁ ନକଲି ବ୍ଲଡପ୍ରସର ଔଷଧ ଗଚ୍ଛିତ ରଖିଥିବା ଅଭିଯୋଗ। ନିର୍ଦ୍ଦିଷ୍ଟ କମ୍ପାନିର BP ଔଷଧକୁ ଭେଜାଲ କରି ବିକ୍ରି ଅଭିଯୋଗ ହୋଇଛି। କଟକ, ଭୁବନେଶ୍ଵର, ବଲାଙ୍ଗିର ସମେତ ବିଭିନ୍ନ ଅଞ୍ଚଳରେ ହୋଇଛି ଚଢ଼ାଉ କରାଯାଇଥିଲା। ନିର୍ଦ୍ଦିଷ୍ଟ ବ୍ୟାଚର ଔଷଧ ବିକ୍ରି ଉପରେ ରୋକ୍ ଲଗାଇଛି ସମ୍ପୃକ୍ତ ବିଭାଗ। ନିର୍ଦ୍ଦିଷ୍ଟ ବ୍ୟାଚର ଗଚ୍ଛିତ ଔଷଧ ଫେରାଇ ଆଣିବା ପ୍ରୟାସ ଚାଲିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।