କେନ୍ଦ୍ର ସରକାର ଓ ଦକ୍ଷିଣ ଆଫ୍ରିକା ସରକାରଙ୍କ ସହ ଚିତା ଆସିବା ନେଇ ଚୁକ୍ତି ସାକ୍ଷର
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ବଖରା
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ଜାଲକଣା ଗାଁରେ ୩୩ଟି ପରିବାରର ୫୦ରୁ ଅଧିକ ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇ ସମେତ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦା ଅଜୟ ପ୍ରଧାନଙ୍କ ପାଳଗଦାରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ଗାଁକୁ ନିଆଁ ବ୍ୟାପି ଯାଇଥିଲା ବୋଲି ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଘରର ଆସବାବପତ୍ରଠୁ ଆରମ୍ଭ କରି ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।
Download Argus News App
