ଅଧିକ ପଢନ୍ତୁ ଓଡିଶା ଖବର
କଟକ : କଟକ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନୀକାଣ୍ଡ । ଭୁବନେଶ୍ବରରୁ ହାୱାଡା ଯାଉଥିବା ଏକ୍ସପ୍ରେସରେ ଅଗ୍ନୀକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନୀଶମ ବାହିନୀ । କଟକ ଷ୍ଟେସନର ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା ମିଳିଛି। ବ୍ରେକ ବାଇଡିଂ ଯୋଗୁ ନିଆଁ ଲାଗିଥିବା ରେଳ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି। ନିଆଁ ଆୟତ୍ତ ପରେ ଷ୍ଟେସନ ଛାଡିଛ ଟ୍ରେନ । ବର୍ତ୍ତମାନ ଟ୍ରେନ ଚଳା ଚଳ ସ୍ୱାଭାବିକ ଅଛି । ଅଗ୍ନିକାଣ୍ଡ ଯୋଗୁଁ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା । ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ପ୍ରଚାର ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ଆହତ ହୋଇଛନ୍ତି । ହେଲିକପ୍ଟରରେ ଚଢ଼ିବା ବେଳେ ସେ ପଡ଼ି ଯାଇଥିଲେ ।
ଏଥିରେ ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିବା ଲାଗିଥିବା ଜଣାପଡ଼ିଛି । ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତାଙ୍କ ପାଦରେ ଆଘାତ ଲାଗିଥିବା ସୂଚନା ମିଳିଛି । ହେଲିକପ୍ଟରରେ ଚଢିବା ସମୟରେ ତାଙ୍କର ପାଦ ଖସିଯିବାରୁ ସେ ପଡିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।