ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଅଫିସର ହେଡ଼ କ୍ୱାଟର ଛାଡି ଯାଇ ପାରିବେନି ବୋଲି ନିର୍ଦେଶ ଦିଆଯାଇଛି । କିଛି ସ୍ଥାନରେ ନୂଆ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମସ୍ତ ଅଧିକାରୀଙ୍କୁ କୁହାଯାଇଛି ସେମାନେ ନଦୀ ବନ୍ଧଗୁଡ଼ିକରେ ପେଟ୍ରୋଲିଂ କରିବା ସହ ଯାଞ୍ଚ କରିବେ । ସବୁ ଜଳ ଭଣ୍ଡାରରେ ଜଳ ସସ୍ତର କମ ଥିବାରୁ ବଡ଼ ଧରଣର ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ ମାତ୍ର ଫ୍ଲାସ୍ ଫ୍ଲଡ଼ ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ଦୁର୍ବଳ ଥିବା ୨୦ ନଦୀ ବନ୍ଧ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।