ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ୁଛି ଲୁଟେରାଙ୍କ ରାଜ। ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ନିକଟରେ ପ୍ଲlଇଙ୍ଗ ସ୍କ୍ବାର୍ଡ ଓ ଜିଏସଟି ମିଳିତ ଚଢାଉ କରି ଗୋଟିଏ ଆଇଚର୍ 407 ଗାଡ଼ି ଓ ୧୩ଟି ମୋଟର ସାଇକେଲ ଜବତ କରିଛି। ବାଇକ ଗୁଡିକର କୌଣସି କାଗଜପତ୍ର ନାହିଁ । ବାଇକ ଗୁଡିକ କିଏ ଆଣୁଥିଲା ସେ ନେଇ ତଦନ୍ତ ଜାରି ରହିଛି । ରାଉରକେଲାରୁ ବଡବିଲ ଅଭିମୁଖେ ସେ ବାଇକ ଗୁଡିକୁ ନିଆଯାଉଥିଲା । ଏହାସହ ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶବ୍ଦର ଚଞ୍ଚକତା କରି ବିଜେଡି ନେତା ପାଣ୍ଡିଆନ କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଶବ୍ଦର ଚଞ୍ଚକତା କରି ବିଜେଡି ନେତା ଭି.କେ. ପାଣ୍ଡିଆନ କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ସିଧା ସିଧା ଉତ୍ତରାଧିକାରୀ ବଦଳରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରେ କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ମୂଳବୋଧର ଉତ୍ତରାଧିକାରୀ । ଦଳ ଓ ନିର୍ବାଚନ ପରିଚାଳନାରେ ସେ ସର୍ବେସର୍ବା ଏକଥା ଅଛପା ନାହିଁ । ପ୍ରଚାର ମଇଦାନରେ ଦୁଇ ନମ୍ବର । ପୂର୍ବରୁ ଓଡିଶା ଲୋକ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ । କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା, ନବୀନଙ୍କ ଇସାରା ଓ ପାଣ୍ଡିଆନଙ୍କ ବୟାନ ସ୍ପଷ୍ଟ କରୁଛି ସେ ଉତ୍ତରାଧିକାରୀ । ଖୋଦ ପାଣ୍ଡିଆନ ପ୍ରଥମ ପୁରୁଷ ଏକ ବଚନରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେ ହିଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ ।
ସମଝଦାରୋ କୋ ଇସାରା କାଫି ହୈ । କିନ୍ତୁ ଉତ୍ତରାଧିକାରୀ ଏଥର ନିର୍ବାଚନ ଲଢୁନାହାନ୍ତି । କାରଣ ପାଣ୍ଡିଆନ୍ ଓଡିଶାର ମୂଳ ବାସିନ୍ଦା ନୁହନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ଓଡିଆ ଅସ୍ମିତା, ସ୍ବାଭିମାନ ଓ ସଂସ୍କୃତିକୁ ବିଜେପି ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଖୋଦ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡିଆ ଭାଷା ଓ ସଂସ୍କୃତି ସଙ୍କଟରେ ପଡିଛି। ପାଣ୍ଡିଆନ ନିର୍ବାଚନ ଲଢିଲେ ଓଡିଆ ସ୍ବାଭିମାନ ସହ ହୋଇପାରେ ଲଢେଇ । ଦୁଇ ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନରୁ ଉପନିର୍ବାଚନ କରିବାକୁ ହେଉଛି ଷଡଯନ୍ତ୍ର । ଏବେ ପ୍ରଶ୍ନ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଖଣ୍ଡି ଓଡିଆକୁ ଓଡିଶାବାସୀ ଗ୍ରହଣ କରିଛନ୍ତି । ମାତ୍ର ଅଣ ଓଡିଆ ଅଫିସରଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ଓଡିଶାବାସୀ ଗ୍ରହଣ କରିବେ କି ପ୍ରତ୍ୟାଖାନ କରିବେ ତାକୁ ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଢେଙ୍କାନାଳ : ହେଲିକପ୍ଟର ଯୋଗେ ଅନୁଗୁଳରୁ ଢେଙ୍କାନାଳ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅବତରଣ ପରେ ଢେଙ୍କାନାଳ ସ୍ଥିତ ସିଧ ବଳରାମ ଜୀଉ ମନ୍ଦିର ଅଭିମୁଖେ କେନ୍ଦ୍ରମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସହ ପୂଜାର୍ଚ୍ଚନା ପରେ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳ ଙ୍କ କାର୍ଯ୍ୟଳୟରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ : ଏଥର ସମ୍ବଲପୁରରୁ ଧର୍ମେନ୍ଦ୍ର : ଓଡ଼ିଆଙ୍କ ସ୍ଵାଭିମାନ ଲାଗି କରିବେ ଲଢେଇ
ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କର ରହିଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ।
ଅର୍ଗସ ବ୍ୟୁରୋ: ନୀଳଗିରିରୁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ। ବିଜେପିର ଷଷ୍ଠ ପର୍ଯ୍ୟାୟ ତାଲିକା ଘୋଷଣା କଲା ବିଜେପି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ ଖଟୁଆ। ନୀଳଗରିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ ଦେବାପରେ ସନ୍ତୋଷ ଦଳ ଛାଡ଼ିଥିଲେ। ଆଉ ବିଧିବଦ୍ଧ ଭାବେ କାଲି ବିଜେପିରେ ମିଶିଥିଲେ।
ଆଉ ଆଜି ନୀଳଗିରିୁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ। ଟିକେଟ ମିଳିବାପରେ ବିଜେପି ଶୀର୍ଷ ନେତ୍ବତ୍ବବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ସନ୍ତୋଷ।
ଅଧିକ ପଢ଼ନ୍ତୁ ରାଜନୀତି ଖବର