ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ, ଘର ଭାଙ୍ଗିଥିବା, ଲୋକଙ୍କ ଜୀବନ ନେଇଥିବା ହାତୀଙ୍କ ରିପୋର୍ଟ ମଗାଯାଇଛି। ଟ୍ରାଙ୍କୁଲାଇଜ୍ କରି ରେଡିଓ କଲାର ଲଗାଯିବା ପରେ ଜଙ୍ଗଲରେ ଛଡ଼ାଯିବ। ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ହାତୀ ଆକ୍ରମଣ ଯୋଗୁଁ ଯାଉଛି ମଣିୀଷ ଜୀବନ । ଏଥିରେ ରୋକ ଲଗାଇବାକୁ ନୂଆ ପଦକ୍ଷେପ ନେଇଛି ବନ ବିଭାଗ। ଅଧିକ ଧନ ଜୀବନ ନଷ୍ଟ କରୁଥିବା 12 ଟି ର ଚରିତ୍ର ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାନଙ୍କୁ ସୁଧାର କେନ୍ଦ୍ର କୁ ନିଆଯାଇ ରେଡ଼ିଓ କଲାର ଲଗାଇ ଜଙ୍ଗଲରେ ଛଡାଯିବ । ତଥାପି ହାତୀର ଆଚରଣ ରେ ପରିବର୍ତ୍ତନ ନହେଲ ବନ ବିଭାଗ ର ଟ୍ରେନିଂ କ୍ୟାମ୍ପ ରେ ରଖାଯିବ । ରାଉରକେଲା, ବାରିପଦା, ଭୁବନେଶ୍ୱର, ଅନୁଗୁଳ ସରକଲ ରେ 3 ଟି ଲେଖାଏଁ ହାତୀ ଙ୍କୁ ପର୍ଯ୍ୟାୟ କ୍ରମେ ଟ୍ରାଙ୍ଗୁଲାଇଜ କରାଯିବା ପାଇଁ ଯୋଜନା କରାଯାଇଛି ।
ଚନ୍ଦକା ର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକା ରେ ବୁଲୁଥିବା ମାଖନା କୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି । ଏହି ୩ ହାତୀକୁ ଛାଡି ଅନ୍ୟ 9 ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି ତାହାର ରିପୋର୍ଟ ଡି ଏଫ ଓ ମାନଙ୍କୁ ମଗା ଯାଇଛି । ରିପୋର୍ଟ ଆସିବା ପରେ ଏମାନଙ୍କୁ କେବେ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲାଗଯିବ ତାହା ସ୍ପଷ୍ଟ ହେବ । ଚଳିତ ବର୍ଷ ହାତୀ ଗଣନା ବେଳେ 300 ରୁ ଅଧିକ ଦନ୍ତା ହାତୀ କୁ ଚିନ୍ହଟ କରାଯାଇଥିଲା । ଦନ୍ତାଙ୍କ ପ୍ରାଦୁର୍ଭାବ ଅଧିକ ରହିଥିବାରୁ ଏମାନଙ୍କୁ ଆଚରଣର ଅନୁଧ୍ୟାନ କରାଯାଇ ସ୍ବତନ୍ତ୍ର ନଜର ରଖାଯାଇଛି । ଯାହା ଫଳରେ ବନ କର୍ମଚାରୀ ଏମାନଙ୍କ ଉପରେ ନଜର ରଖି ପାରିବେ ।
ଗତ ୪ ବର୍ଷ ଭିତରେ ହାତୀ ଆକ୍ରମଣ ଯୋଗୁଁ ପ୍ରାୟ ୩୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବନ ବିଭାଗର ଏ ପଦକ୍ଷେପ ପରେ ହାତୀ ମଣିଷ ଲଢ଼େଇ କେତେ ଦୂର ହ୍ରାସ ପାଉଛି ତାହା ଉପରେ ନଜର ।
ଅଧିକ ପଢନ୍ତୁ ଓଡ଼ିଶା ଖବର