ଯାତ୍ରୀ ଭୟରେ ବସ୍ରୁ ଓହ୍ଲାଇବା ପଡିଥିଲେ। ତେବେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ବସ କର୍ମଚାରୀ ଓ ସ୍ଥାନୀୟ ଲୋକ । ନିଆ ଲାଗିବର କାରଣ ଅସ୍ପଷ୍ଟ । ସୂଚନାମୁତାବକ ବସ ଟି ନେତାଜୀ ବସ୍ ଟର୍ମିନାଲ ରୁ ବାହାରି ପାଲ ଲହଡ଼ାଯାଉଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ : ଚଳନ୍ତା ବସରେ ଲାଗିଲା ନିଆଁ । ଖାନାଗର ନିକଟରେ ବସ ଯାଉଥିବା ସମୟରେ ବସ ଲଗେଜ କାରୀୟର ରୁ ହଟାତ ଧୂଆଁ ବାହାରିବା ପରେ ନିଆଁ ଲାଗିଥିଲା ।
ଯାତ୍ରୀ ଭୟରେ ବସ୍ରୁ ଓହ୍ଲାଇବା ପଡିଥିଲେ। ତେବେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ବସ କର୍ମଚାରୀ ଓ ସ୍ଥାନୀୟ ଲୋକ । ନିଆ ଲାଗିବର କାରଣ ଅସ୍ପଷ୍ଟ । ସୂଚନାମୁତାବକ ବସ ଟି ନେତାଜୀ ବସ୍ ଟର୍ମିନାଲ ରୁ ବାହାରି ପାଲ ଲହଡ଼ାଯାଉଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭାଗ ।
ସ୍ପଷ୍ଟ କଲା କ୍ରୀଡ଼ା ବିଭାଗ - କୁସୁମା କଟେଜ୍ ସମ୍ପର୍କରେ ନାହିଁ କୌଣସି ସୂଚନା । `କୁସୁମା ପରିସରରେ କ୍ରୀଡ଼ା ବିଭାଗ ପାଣ୍ଠିରୁ ହୋଇନାହିଁ କୌଣସି ନିର୍ମାଣ’ । ଆଜି ସାମ୍ବାଦିକ ସମ୍ମିଳନୀରେ ମିଛ କହିଥିଲେ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ।
କୁସୁମା ନଥିଲା ଜନହିତରେ, ପିଲାଙ୍କ ପାର୍କ ଭାଙ୍ଗି ନିର୍ମାଣ ହେଲା ସୌଧ
କହିଥିଲେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର ହୋଇଥିଲା ଜମି । ସ୍ବିମିଂ ପୁଲ୍, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ସ୍ପୋର୍ଟସ୍ କଟେଜ୍ ନିର୍ମାଣ କରାଯାଇଥିଲା କହିଥିଲେ ପୌର ଉପାଧ୍ୟକ୍ଷ । କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ ଧରାଇଦେଲା ଯାଜପୁର ପୌର ଉପାଧ୍ୟକ୍ଷଙ୍କ ମିଛ । କ୍ରୀତଦାସଙ୍କୁ ବଞ୍ଚାଇବାକୁ ଦଳ ଭାଇଙ୍କ ମିଛର ପର୍ଦ୍ଦାଫାସ୍ । ଖୋଲିଲା ବବିଙ୍କ କୁସୁମା କେଳେଙ୍କାରୀ ଓ ଯାଜପୁର ପୌରାଧ୍ୟକ୍ଷଙ୍କ ମିଛର ଗୁମର ।
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ ମାମଲା ୧୦୦ ରୁ ୧୫୦ ଅଧିକ ରହିଛି । ଗତବର୍ଷ ୨୦୯ଟି କେସ୍ ଏହି ସମୟ ପର୍ଯ୍ୟନ୍ତ ଥିଲା ଯାହା ଚଳିତ ଥର ୩୪୯ ଚିହ୍ନଟ ହୋଇଛି । ଚଳିତ ଥର ୩୦ ହଜାରରୁ ଅଧିକ ଟେଷ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁ ମୃତ୍ୟ ରାଜ୍ୟରେ ସାମ୍ନାକୁ ଆସି ନାହିଁ।
ବର୍ଷା ଶୀଘ୍ର ଆସିଥିବାରୁ ଡେଙ୍ଗୁ କେସ ବଢିବାର ସମ୍ଭାବନା ରହିଥାଏ । କିନ୍ତୁ ଏଥର ଆଗୁଆ ପଦକ୍ଷେପ ମଧ୍ୟ ନିଆଯାଇଛି । ଚଳିତ ବର୍ଷ ଭୁବନେଶ୍ୱରରେ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଡେଙ୍ଗୁ ଚିହ୍ନଟ ହୋଇଛି। ବିଭିନ୍ନ ପ୍ରକାର ପଦକ୍ଷେପ ଡେଙ୍ଗୁ ନ ବଢିବା ପାଇଁ ନିଆଯାଇଛି ।
ଘରକୁ ଘର ବୁଲି ସର୍ଭେ କରିବା ସହ ଟିମ୍ ବୁଲି ଯାଞ୍ଚ କରୁଛି କେଉଁ ଘର ବାହାରେ ପାଣି ଜମିଛି କି ନାହିଁ, ଫଗିଂ କରାଯାଉଛି, ଶୀଘ୍ର ରୋଗ ଚିହ୍ନଟିକରଣ ପାଇଁ ଏଲିଶା ମେସିନ ଦିଆଯାଇଛି । ପ୍ରାଇଭେଟ୍ ରେ ଟେଷ୍ଟ ନକରାଇ ସରକାରୀ ଜାଗାରେ ପରୀକ୍ଷା ପାଇଁ କୁହାଯାଇଛି । ଯେଉଁ ପରୀକ୍ଷା ପଦ୍ଧତି ଗ୍ରହଣୀୟ ସେଥିରେ ପରୀକ୍ଷା କରନ୍ତୁ । ଭୁବନେଶ୍ଵର ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ପରୀକ୍ଷା ନେଇ ବ୍ୟବସ୍ଥା କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...