ଅର୍ଗସ ବ୍ୟୁରୋ: ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।
ପୂର୍ବତନ ସାଂସଦ ସଞ୍ଜୟ କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ଇମେଲ ଯୋଗେ ପଠାଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ କାର୍ଯ୍ୟଶୈଳୀ ମୋତେ ଟାଣି ଆଣିଛି। କଂଗ୍ରେସରେ ଥାଇ ତାଙ୍କୁ କରିବା ଲାଗି ସୁଯୋଗ ମିଳୁ ନଥିଲା। ତେବେ ବିଜେଡି ତାଙ୍କ ସହ ଯୋଗାଯୋଗ କରି ନଥିବା କଥା ସେ ସ୍ପଷ୍ଟ କରିଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ ।