ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ନୂଆଁଖାଇ ପରବ। ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାଙ୍ଗରେ ଥିଲେ ତାଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜବାହାରଲାଲ୍ ନେହରୁ ଷ୍ଟାଡିୟମର wait lifting ଅଡିଟୋରିୟମ ପୁରା ସମ୍ବଲପୁରୀ ନାଚ, ଗୀତରେ ଦୁଲୁକୁଥିଲା । ଏ କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବେଆଇନ ମସଜିଦ ଭାଙ୍ଗିବାକୁ ପହଞ୍ଚିଥିବା ମୁମ୍ବାଇ ମହାନଗର ନିଗମ କର୍ମଚାରୀଙ୍କୁ ବିରୋଧ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ଘଟଣାକୁ ନେଇ ରାଜନୀତି ନକରିବାକୁ ନିବେଦନ କରିବା ସହ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । ଅନଧିକୃତ ନିର୍ମାଣକୁ ହଟାଇବାକୁ ସ୍ଥାନୀୟ ଲୋକେ 4ରୁ 5 ଦିନ ସମୟ ମାଗିଥିବାରୁ ବିଏମସି ଟିମ୍ ଫେରିଆସିଥିବା କହିଛନ୍ତି ଫଡ଼ନାଭୀସ । ଘଟଣାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବାରୁ ପୋଲିସ ପକ୍ଷରୁ ଗୁଜବକୁ ବିଶ୍ବାସ ନକରିବାକୁ ଅପିଲ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା କହିଛନ୍ତି ଜୋନ 5 ଡିସିପି ତେଜସ୍ବୀ ସତପୁତେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍କ ବନାଇଥିବା ଦେଶବିରୋଧୀଙ୍କୁ ଶାସନରୁ ଦୂରେଇ ରଖିବାକୁ ଜମ୍ମୁ କାଶ୍ମୀରବାସୀଙ୍କୁ ଆହ୍ବନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନକୁ ନେଇ ରାଜ୍ୟବାସୀଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ମତଦାନ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି ଶାହ । ରଜୌରୀ, ଥାନାମଣ୍ଡି, ସୁରତକୋଟ ଓ ମେଢରରେ ନିର୍ବାଚନ ପ୍ରଚାର କରିବା ସହ ଆତଙ୍କବାଦୀଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ଶାହ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ କଠୋର ନିଷ୍ପତ୍ତି ଯୋଗୁ ଆଜି ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦିଆଯାଉଛି । ଏଥିପାଇଁ ଉଗ୍ରପନ୍ଥୀଙ୍କୁ ବଳ ଯୋଗାଉଥିବା ପାକିସ୍ତାନ ବି ମୋଦିଙ୍କୁ ଭୟ କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଜମ୍ମୁ କାଶ୍ମୀରବାସୀଙ୍କ ଅଧିକାର ରକ୍ଷା ସହ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମୋଦି ସରକାର ଦେଉଛନ୍ତି ପ୍ରାଥମିକତା । ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଇଦ ଓ ମହରମ ଅବସରରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ମୋଦି ସରକାର ରାଜ୍ୟର ମହିଳାଙ୍କୁ ସଂରକ୍ଷଣ ଅଧିକାର ଦେଇଥିବାବେଳେ ଖୁବଶୀଘ୍ର ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଅବହେଳିତ ଓ ପଛୁଆ ବର୍ଗଙ୍କୁ ମଧ୍ୟ ସଂରକ୍ଷଣ ଯୋଗାଇଦେବାକୁ ରଖିଛନ୍ତି ଲକ୍ଷ୍ୟ । ଯୁବକଙ୍କ ହାତରେ ପଥର ବଦଳରେ ଲାପଟପ୍ ଧରାଇ ରାଜ୍ୟର ନୂଆ ଇତିହାସ ଲେଖିବାରେ ପ୍ରଧାନମନ୍ତ୍ରୀ ମୋଦି ସଫଳ ହୋଇଛନ୍ତି । ଆଗାମୀ ସମୟରେ ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାକୁ ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଜମ୍ମୁ କାଶ୍ମୀରରେ ବିକାଶ ବନାମ ତୁଷ୍ଟିକରଣ ରାଜନୀତି ମଧ୍ୟରେ ଜାରି ରହିଛି ଟକ୍କର । ଗତ 18 ତାରିଖରେ 24ଟି ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହୋଇଥିଲା ପାଖାପାଖି 60 ପ୍ରତିଶତ ମତଦାନ । ଆସନ୍ତା 25 ତାରିଖରେ 26ଟି ଆସନ ଏବଂ 1 ଅକ୍ଟୋବରରେ ଅବଶିଷ୍ଟ 40 ଆସନରେ ହେବାକୁ ଯାଉଛି ମତଦାନ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସରକାର ବଦଳିଛି ସତ କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ପୂର୍ବ ସରକାର କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆରଟିଆଇ କର୍ମୀ । ଭରତପୁର ଥାନାକୁ ସେ ମହିଳା ଅଭିଯୋଗକାରୀ ହୋଇ ଯାଇଥିଲେ । କିନ୍ତୁ ପୋଲିସ କିଭଳି ଓ କେଉଁ ସାହାସରେ ତାଙ୍କୁ ନିର୍ଯାତନା ଦିଆଗଲା। ଆଜି କୁହାଯାଉଛି ସିସିଟିଭି ନାହିଁ, କେନ୍ଦ୍ର ସରକାର ୧୦୦ କୋଟି ଦେଇଥିଲେ ।
ଓଡ଼ିଶାରେ ଆଦର୍ଶ ଥାନାରେ କାହିଁକି ସିସିଟିଭି ଲଗେଇ ନଥିଲେ ? । ପୂର୍ବ ସରକାର କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଆଶିଷ ସିଂ, କୋଟେ, ସଂଜୀବ ପଣ୍ଡା ଡିସିପି ପ୍ରତୀକ ସିଂ ଏମାନଙ୍କୁ ଲଗେଇଛି ଦୁର୍ନୀତିକୁ ଲୁଚେଇବା ପାଇଁ । ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି । ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ, ୧୦୦ ଦିନ ବିତିଗଲା ଏବେ ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାହାର କରନ୍ତୁ । ଆସନ୍ତା ସୋମବାର ଆର୍ଟିଆଇ କର୍ମୀ ଭିଜିଲାନ୍ସରେ ପଣ୍ଡିଆନଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: