ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଭରତପୁର ଥାନା ଘଟଣାରେ ୭ ଜଣ ଗିରଫ ।ଗତ ୧୫ ତାରିଖ ବିଳମ୍ବିତ ରାତିରେ ଏହି ରୋଡ୍ ରୋମିଓ ମାନେ ଅଶ୍ଳିଳ ଇଙ୍ଗିତ ସହ ଦୁର୍ବ୍ୟବହାର କରିଥିଲେ। ସମସ୍ତ ଅଭିଯୁକ୍ତ ଇଞ୍ଜିନିଅରିଂ ଛାତ୍ର । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲାରେ ୭ ରୋଡ୍ ରୋମିଓଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ୭ ଜଣଙ୍କୁ ଗିରଫ ନେଇ ଏଡିସିପି କୃଷ୍ଣପ୍ରସାଦ ଦାସଙ୍କ ସୂଚନା ।`ଭରତପୁର ଥାନାର ବର୍ତ୍ତମାନର IICଙ୍କ ଏତଲା ଆଧାରରେ ୭ ଜଣଙ୍କୁ ଗିରଫ କରାଯାଇଛି । ୭ ଜଣଙ୍କୁ ଗିରଫ ସହ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ମଧ୍ୟ ହୋଇଛି । ୭ ରୋଡ୍ ରୋମିଓ ମିଶି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ବାଟରେ ଦୁର୍ବ୍ୟବହାର କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: କୁଜଙ୍ଗରେ ପ୍ରତିବାଦ ସଭା କରୁଥିଲା ବିଜେଡି.. ମଂଚରେ ଦେବାଶିଷ ସାମନ୍ତରାୟଙ୍କ ସହ ଥିଲେ ଅନେକ ଆଗଧାଡିର ନେତା... କର୍ମୀଙ୍କୁ ବିରୋଧୀ ଦଳର ଭୂମିକା କଥା ବୁଝାଇବା ବେଳେ ନିଜ ଦଳର ନେତାଙ୍କ ଭିତରେ ଥିବା ବିରୋଧାଭାସର କଥା ବି କହିଲେ..ତେବେ କଂଗ୍ରେସ ସହ ମିଶି ସରକାର ଗଢିବାର ପ୍ଲାନ ବି କହୁ କହୁ କହିଦେଲେ... ପାଣ୍ଡିଆନଙ୍କ ଉପସ୍ଥିତିରେ ନବୀନଙ୍କୁ ଭେଟି ଏକଥା ଜଣାଇଛନ୍ତି ଦେବାଶିଷ। ବିଜେଡିର ସରକାର କରିବା ପ୍ଲାନକୁ ନେଇ ବିଜେପି କହିଛି ଦିନରେ ଦିବା ସ୍ବପ୍ନ ଦେଖୁଛନ୍ତି ଦେବାଶିଷ ।
24 ବର୍ଷର ଶାସନକୁ ଉପାଡି ଫିଙ୍ଗିଲେ ଜନତା । ରାଜନୈତିକ ସମୀକ୍ଷକଙ୍କ କହିବା କଥା କ୍ଷମତା ଯିବା ପରେ ବି ବିଜେଡି ନେତାଙ୍କ ଅହଂଙ୍କାର କିନ୍ତୁ ଯାଇନି.. ବିଜେଡିର 2 ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଆହୁରି ଅନେକ ନେତା ପଦ୍ମ ଧରିପାରନ୍ତି ବୋଲି ଆକଳନ କରୁଛନ୍ତି ସମୀକ୍ଷକ। ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପ୍ରଚାର କଲା ବେଳେ ମୋଦି କହିଥିଲେ 6 ମାସରେ ଭୁଷିଡିବ ବିଜେଡି.. ଏବେ ନଜର ଶଙ୍ଖ ଦୁର୍ଗର ପତନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ସହ ମିଶି କେମିତି ସରକାର ଗଢୁଛି ବିଜେଡି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଭିତର ରତ୍ନଭଣ୍ଡାରେ ରହିଛି କି କିଛି ଗୁପ୍ତ ଅଳଙ୍କାର ? ବନ୍ଦ ଝରକା ପଛରେ କି ରହସ୍ୟ ଲୁଚିଛି ? ଏ ସବୁ ପ୍ରଶ୍ନ ଉପରୁ ଖୁବଶୀଘ୍ର ଉଠିବାକୁ ଯାଉଛି ପରଦା। ଭିତର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ଭିତରକୁ ଯାଇ ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କରିଛନ୍ତି ବୈଷୟିକ ଟିମ୍। ଯଦିଓ ଆଜି ଏହି ସର୍ଭେ ଅସମ୍ପୂର୍ଣ୍ଣ ରହିଛି ହେଲେ ଆସନ୍ତାକାଲି ମଧ୍ୟ ସର୍ଭେ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ଅପରାହ୍ନରେ ଏନ୍ ଜି ଆର୍ ଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ସମେତ ୨୨ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନଭଣ୍ଡାରର ସର୍ଭେ କରିଥିଲେ। ଏହି ଟିମରେ ଏନ୍ ଜି ଆର ଆଇ ର ୩ଜଣଙ୍କ ବୈଜ୍ଞାନିକଙ୍କ ସମେତ ସାମିଲ ହୋଇଥିଲେ ASIର ୩ ଜଣ ବିଶେଷଜ୍ଞ। ଦୁଇଟି କଣ୍ଟ୍ରୋଲ ୟୁନିଟ, ୩ଟି ରାଡର ୟୁନିଟ ବା ଆଣ୍ଟିନା ଓ ଗୋଟିଏ କାର୍ଟ, ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା।
୨୦୦ ,୪୦୦,୯୦୦ ମେଗାହାର୍ଜ୍ ର ତିନିଟି ଆଣ୍ଟିନା ରହିଛି ।୧୦ ମିଟର ପର୍ଯ୍ୟନ୍ତ ଅନୁସନ୍ଧାନ କରିପାରିବ ଏହି ପେନିଟ୍ରେଟିଂ ସିଷ୍ଟମ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପେନିଟ୍ରେଟ୍ଟିଂ ରାଡର ସର୍ଭେ କରାଯିବ। ଭିତର ରତ୍ନଭଣ୍ଡାର ମରାମତି ହେବା ପୂର୍ବରୁ ଆସିବ ଚୁଡାନ୍ତ ରିପୋର୍ଟ । ତେବେ ସର୍ଭେ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଅପରାହ୍ନରେ କିଛି ଘଣ୍ଟା ପାଇଁ ସର୍ବସାଧାରଣ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଭକ୍ତ ଆନନ୍ଦବଜାର ଯାଇ ମହାପ୍ରସାଦ ସେବନ କରିପାରିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର...