ସମୁଦ୍ରକୁଳିଆ ଓ ନଦୀ କୁଳିଆ ଅଂଚଳ ଉପରେ ସ୍ୱତନ୍ତ୍ର ଧ୍ୟ୍ୟନ ଦେବାକୁ ତହସିଲଦାର ମାନଙ୍କୁ କୁହାଯାଇଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନନ୍ତରିତ କରାଯିବ । ସ୍କୁଲ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳି ସଫା ସୁତରା କରି ରଖିବାକୁ କୁହାଯାଇଛି । ହେଡ଼କ୍ୱାର୍ଟର କେହି ଛାଡ଼ିବେ ନାହିଁ । ରବିବାର ଓ ସୋମବାର ବେଳାଭୂମି ବାରଣ ରହିଛି ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟାରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟାରେ ଏହା ୧୪ କିମି ବେଗରେ ଉପକୂଳ ମୁହାଁ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।