ମ୍ୟୁଜିସିଆନଠୁ ଆରମ୍ଭ କରି କଳାକାର ଓ ନିର୍ଦେଶକ ସମସ୍ତେ ଲାଗିଛନ୍ତି ରିହରସେଲରେ l ପରିବେଷଣ ହେବାକୁ ଥିବା ନାଟକରେ ନିଜ ନିଜ ଚରିତ୍ରକୁ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଆଗରେ ପ୍ରତିଫଳିତ କରିବା ଲାଗି ସମସ୍ତେ ଚଳାଇଛନ୍ତି ପ୍ରୟାସ l ହାତରେ ଆଉ ମାତ୍ର କେଇଟା ଦିନ ବାକି l ସହରରେ ଥିବା ତିନୋଟି ଯାକ ଦଣ୍ଡ ଯାତ୍ରା ପାର୍ଟିରେ ପ୍ରତିବର୍ଷ ଏହି ଅବସରରେ ଦର୍ଶକଙ୍କ ଲାଗି ସାମାଜିକ ନାଟକ ପରିବେଷଣ କରି ଆସୁଥିବାବେଳେ ବିଗତ ତିନି ବର୍ଷ କରୋନା କଟକଣା ଯୋଗୁଁ ବନ୍ଦ ରହିଥିଲା l ଚଳିତ ବର୍ଷ କରୋନା କଟକଣା ନଥିବା ଯୋଗୁଁ ପୁଣି ଦଣ୍ଡଯାତ୍ରାବେଳେ ସାମାଜିକ ନାଟକ ପରିବେଷଣ ଲାଗି ସ୍ଥିର ହୋଇଛି l ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ଆସି ନାଟକ ରିହରସେଲରେ ଲାଗି ପଡିଛନ୍ତି l
ଆହୁରି ପଢନ୍ତୁ ଓଡିଶା ଖବର
ଅନ୍ୟପଟେ ନାଟକ ମଞ୍ଚସ୍ତ ହେବା ପୂର୍ବରୁ କଳାକାରଙ୍କ ଅଭିନୟ ଖୁବ ନିକଟରୁ ଦେଖିବାର ସୁଯୋଗ ଦର୍ଶକ ପାଉଥିବାରୁ ପ୍ରତ୍ୟେକ ଆଖଡ଼ା ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହୁଛି ଭିଡ଼ l ଆସନ୍ତା 25 ତାରିଖରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ ହେଉଥିବାରୁ ଦର୍ଶକ ହେଉକି କଳାକାର ସମସ୍ତଙ୍କ ମନରେ ଉତ୍କଣ୍ଠା l