ଗେଲ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ଗ୍ୟାସ ପାଇପ ଲାଇନ ନିର୍ମାଣ ଚାଲିଥିବା ବେଳେ ଆଜି କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲା। ଅଚାନକ କମ୍ପ୍ରେସର ବିସ୍ଫୋରଣରେ 2 ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ 3 ଜଣ ବାହାରକୁ ଛିଟିକି ପଡ଼ିଥିଲେ l ଦୁର୍ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର 2 ଜଣଙ୍କୁ ମୃତ ଘୋଷଣା କରିଥିଲେ l ଏକ ଘରୋଇ କମ୍ପାନୀ ପକ୍ଷରୁ ରାଜ୍ୟ ବାହାରର ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଇଟାମାଟି ପୋଲିସ ଘଟଣାର ତଦନ୍ତ କରୁଛି l
ଗ୍ୟାସ ପାଇପ ଲାଇନରେ ବିସ୍ପୋରଣ, ୨ ମୃତ

ଅର୍ଗସ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣ l ଗ୍ୟାସ ପାଇପ ନିର୍ମାଣ ବେଳେ ବିସ୍ପୋରଣ ଘଟିଛି l ଫଳରେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି 2 ଶ୍ରମିକଙ୍କ ମୃତ୍ୟୁ ଘଟିଛି l 3 ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ 2 ଜଣ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି l ଘର ମହାରାଷ୍ଟ୍ରରେ l ଆହତମାନେ ମଧ୍ୟ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି।
Download Argus News App
