ନିଆଁରେ ଘର ଗୁଡିକ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଜଣେ ମହିଳା ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ବଖରା ଘର
ଭଦ୍ରକ : ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ବଖରା ଘର । ଜଣେ ମହିଳା ଆହତ ହୋଇଥିବା ସୂଚନା । ଭଦ୍ରକ ସହର ସ୍ଥିତ ଅସ୍ଥଳର ରମେଶ ଲାଲଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ହଠାତ ନିଆଁ ଲାଗିଯାଇଥିଲା । ଦୁଇଟି ଗ୍ୟାସ ଟାଙ୍କି ଫାଟିବାରୁ, ନିଆଁର ପ୍ରକୋପ ଚାରିଆଡେ ବ୍ୟାପି ଯାଇଥିଲା ।
Download Argus News App
