ଝାରସୁଗୁଡ଼ା ପଟୁ ସମ୍ବଲପୁର ସିଟି ଷ୍ଟେସନ ରାସ୍ତାରେ ଏକ ସିମେଣ୍ଟ ବୋଝେଇ ମାଲଗାଡ଼ି ଯାଉଥିଲା । ସରଲା ୟାର୍ଡ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହୋଇଥିଲା ଟ୍ରେନ । ୪ଟି ବଗି ରେଳ ଧାରଣାରୁ ବାହାରକୁ ବାହାରି ଯାଇଥିଲା । ଫଳରେ ଅନ୍ୟ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଅନ୍ୟପଟେ ମରାମତି କାର୍ଯ୍ୟ ଚାଲିଥିବାବେଳେ ଆଜି ପାଇଁ ୨ଟି ଟ୍ରେନ ବାତିଲ କରାଯାଇଛି । ୨ଟି ଟ୍ରେନ ହେଲା ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଓ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ । ସେହିପରି ଆଜି ପୁରୀ-ଇନ୍ଦୋର ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଯାତ୍ରା କରିବ । ରାଉରକେଲା ଗୁଣପୁର ଏକ୍ସପ୍ରେସ ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସକୁ ସମ୍ବଲପୁର ଷ୍ଟେସନ ଦେଇ ଛଡାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।