ଏଭଳି ଅଭିଶପ୍ତ ଜୀବନ କାଟୁଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ର ସାବିତ୍ରୀ ବାଘଙ୍କ ପରିବାର । ଘର ଟିକ ପାଇଁ ବାରମ୍ବାର ପ୍ରଶାସନକୁ ନେହୁରା ହୋଇଛନ୍ତି ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦଙ୍କୁ ମଧ୍ୟ ଅସମ୍ପର୍କରେ ଜଣେଇଛନ୍ତି । ହେଲେ କେହି ବି ଏହି ପରିବାରଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ ଶୁଣି ନାହାନ୍ତି । ମାସକୁ ୫୦୦ ଟଙ୍କା ଭତା ଏବଂ ମାସିକ ୩୫ କେଜି ଚାଉଳ ଦେଇ ନିଜ ଦାଇତ୍ୱ ସାରି ଦେଇଛି ପ୍ରଶାସନ ।
ଦିନେ ସ୍ୱାମୀ ଓ ପୁଅଝିଅଙ୍କ ସହିତ ବେଶ ଖୁସି ଥିଲା ସାବିତ୍ରୀ ବାଘଙ୍କ ପରିବାର । ପ୍ରାୟ 20 ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ଏହି ପରିବାର । ନିଜ ଘର ବି ଭାଙ୍ଗି ଯାଇଛି । ସେଇ ଭଙ୍ଗା ଦଦରା ଘରେ ୨୮ ବର୍ଷ ହେବ ଜୀବନ କାଟୁଛନ୍ତି ଏହି ପରିବାର । ଏବେ ତାଙ୍କ ଦୁଃଖ କହିଲେ ନସରେ । ଏଭଳି ସ୍ଥିତି ରେ ପ୍ରଶାସନ ତରଫରୁ ବୃଦ୍ଧ ସାବିତ୍ରୀ ବାଘଙ୍କୁ ସହାୟତା ଯୋଗେଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ସାବିତ୍ରୀ ବାଘଙ୍କ ଅସୁବିଧା ବିଷୟରେ ବିଡିଓଙ୍କ ସହିତ ଆଲୋଚନ କରି ଘର ଯୋଗେଇଦେବା ବ୍ୟବସ୍ଥା କରିବି ବୋଲି ବୋରିଗୁମ୍ମା ସରୋପଞ୍ଚ ତୁଷାର କାନ୍ତ କୁମ୍ରିକା କହିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।