ଖାଲଗୁଡାରେ ୮୦ ପରିବାର ବସବାସ କରନ୍ତି।ସମସ୍ତେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ। ଗାଁରେ ୨୦୦୮ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ୨୦୧୪-୧୫ରେ ସ୍କୁଲ ଗୃହ ନିର୍ମାଣ ପାଇଁ କାମ ଆରମ୍ଭ ହେଲା । କିନ୍ତୁ ଶେଷ ହେଲାନି ସ୍କୁଲ କାମ। ଏବେ ସ୍କୁଲ ଗୃହ ନଥିବାରୁ ଗଛତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଖୋଲାମେଲା ଆକାଶ ତଳେ ପିଲାମାନଙ୍କର ମଧ୍ୟାନ ଭୋଜନ ମଧ୍ୟ ରୋଷେଇ କରାଯାଉଛି। ଗାଁରେ ଅଙ୍ଗନୱାଡି ଗୃହ ନାହିଁ ଫଳରେ ପ୍ରାକ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି କୋମଳମତି ଶୁଶୁମାନେ।
ଦିନେ ଖାଲଗୁଡା ମାଓ ଇଲାକା ଭାବେ ପରିଗଣିତ ହେଉଥିଲା । ଏବେ ମାଓ ବାଦୀ ନାହାନ୍ତି ସତ କିନ୍ତୁ ଏଯାଏଁ ପହଞ୍ଚି ପାରିନି ବିକାଶ। ଗାଁର କୌଣସି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳିନାହିଁ। ଝାଟି ମାଟି କୁଡ଼ିଆରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ , ରାସ୍ତାଘାଟ ଭଳି ଅନେକ ସମସ୍ୟା ଏହି ଅଞ୍ଚଳର ପ୍ରମୁଖ ସମସ୍ୟା।
ଅଧିକ ପଢ଼ନ୍ତୁ ଓଡିଶା ଖବର: