ତେବେ ପୁର୍ବରୁ ତାଲିକା ପ୍ରସ୍ତୁତ ସମୟରେ ପାତର ଅନ୍ତର ଯୋଗୁଁ ଅନେକ ହିତାଧିକାରୀ ବାଦ ପଡ଼ି ଥାଆନ୍ତି | ବିଗତ ଦିନରେ ଯେଉଁ ମାନେ ଯୋଗ୍ୟ ବଞ୍ଚିତ ହୋଇଛନ୍ତି ସେମାନେ ପାଇବେ | ଏଥିପାଇଁ ବିଭାଗର କର୍ମକର୍ତ୍ତା ତାଲିମ ନେବେ ଏବଂ ୨ ମାସ ଭିତରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ । ବିଧାନସଭାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଗତ ୫ ଆର୍ଥିକ ବର୍ଷରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ୧୨,୦୦,୬୨୧ ଗୃହର ଧାର୍ଯ୍ୟଲକ୍ଷ୍ୟ ପ୍ରାପ୍ତ ହୋଇଛି । ସେଥିରୁ ୧୧,୭୬,୦୫୩ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବା ସ୍ଥଳେ ୭,୪୩,୩୨୧ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ୪,୩୨,୭୩୨ ଗୃହ ନିର୍ମାଣାଧୀନ ଅଛି । ସେହିପରି ଆହୁରି ଏକ ତଥ୍ୟ କହୁଛି ୨୦୧୬ ରୁ ୨୦୨୪ ମଧ୍ୟରେ ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ।
ବିଜେଡି ସରକାର ସମୟରେ ରାଜ୍ୟରେ ପକ୍କାଘରର ବଡ କେଳେଙ୍କାରୀ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ମାହାଙ୍ଗାରେ ଦିବ୍ୟସିଂହ ବରାଳ ଓ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବାର ଆସିଥିଲା ଅଭିଯୋଗ । ଆଉ ମାହାଙ୍ଗା ଡବଲ ମଡ଼ର ଘଟଣାରେ ବିଜେଡି ସରକାରଙ୍କ ଘଣ୍ଟଘୋଡ଼ା ନୀତି ଦୁର୍ନୀତିକୁ ଦେଇଥଲା ପ୍ରଶୟ । ନିର୍ବାଚନ ସମୟରେ ବଡ଼ ପ୍ରସଙ୍ଗ ପାଲଟିଥିଲା ପକ୍କା ଘର ଦୁର୍ନୀତି । ତେବେ ଦୁର୍ନୀତି ପ୍ରସଙ୍ଗ ସାମ୍ନା କୁ ଆସିବା ପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଅଯୋଗ୍ୟ ଲୋକଙ୍କୁ ବାଦ ଦେବା ପରେ ଘର ଦିଆଯିବ ବୋଲି ଓଡିଶା କୁ ଜଣାଇ ଥିଲେ ।
ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମ ପରେ ଓଡିଶା କୁ ଆସିଥିଲା ସାଢ଼େ 9 ଲକ୍ଷ ପକ୍କା ଘର । ବିଜେଡି ସରକାର ସମୟରେ ପକ୍କା ଘର ଆବଣ୍ଟନ ରେ ହୋଇଥିଲା ବଡ଼ ଦୁର୍ନୀତି । ତେବେ ବର୍ତ୍ତମାନ ର ନୂଆ ସରକାର କେତେ ଅଯୋଗ୍ୟ ଙ୍କୁ ବାଦ ଦେଉଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର ।