- ଆଜି ସରୁଥିଲା ସୁଜାତାଙ୍କ ଛୁଟି
- ମେ ୩୧ରୁ ନଭେମ୍ବର ୨୬ ଯାଏଁ ଥିଲେ ଛୁଟିରେ
- କେଉଁ ବିଭାଗରେ ଜଏନ କରିବେ ସୁଜାତା, ବଢିଥିଲା ଚର୍ଚ୍ଚା
ପୁଣି ଚର୍ଚ୍ଚାରେ ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ । କାରଣ ନିର୍ବାଚନ ସମୟରେ ନିଜ ପଦବୀର ଅପବ୍ୟବହାର ଅଭିଯୋଗ ହେବା ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ତାଙ୍କୁ ମିଶନଶକ୍ତି ବିଭାଗରୁ ବଦଳାଯାଇ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ କରାଯାଇଥିଲା । ପରେ ପରେ ସେ ୬ ମାସ ପାଇଁ ଛୁଟି ଆବେଦନ କରିଥିଲେ । ସରକାର ଛୁଟି ଆବେଦନକୁ ସ୍ଵୀକୃତି ଦେବା ପରେ ଛୁଟିରେ ଯାଇଥିଲେ ସୁଜାତା । ଏହାରି ଭିତରେ ତାଙ୍କର ଛୁଟି ସରୁଛି । ତେବେ ପୁଣି ଥରେ ଛୁଟି ଆବେଦନକୁ ଆଗ୍ରାହ୍ୟ କରିଦେଇଛନ୍ତି ରାଜ୍ୟ ସରକାର ।
ଛୁଟିରୁ ଫେରିବା ପରେ ସୁଜାତା ଲୋକସେବା ଭବନରେ କେଉଁଠି ବସିବେ ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଥିଲା । ଛୁଟିରେ ଯିବା ବେଳେ ଅର୍ଥ ବିଭାଗରେ ସେ କାମ କରୁଥିଲେ । ହେଲେ ଏବେ ନୂଆ ସରକାର ଆସିଥିବାରୁ ସେ କେଉଁ ବିଭାଗର ଦାୟିତ୍ଵ ନେଇ ତାହାକୁ ନେଇ ପ୍ରଶାସନିକ ସ୍ତରରେ ବି ଚର୍ଚ୍ଚା ଚାଲିଛି । ତତ୍କାଳୀନ ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ସର୍ବେସର୍ବା ଥିଲେ । ୨୦୨୪ ନର୍ବାଚନ ସମୟରେ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା । ହେଲେ ଏବେ ନୂଆ ସରକାରରେ କାମ କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ସେ ପୁଣି ଥରେ ଛୁଟି ଆବେଦନ କରିଥିଲା ଚର୍ଚ୍ଚା ।
- ପୁଣି ଥରେ ବଢାଇବେ କି ଛୁଟି ଅବଧି ?
- ନା ପାଣ୍ଡିଆନଙ୍କ ପରି ନେବେ ଭିଆରଏସ୍ ?
କଥା ହେଲା ନବୀନ ସରକାରରେ ଭାରି ପାୱାରଫୁଲ ଥିଲେ ସୁଜାତା । ସ୍ଵାମୀ ସରକାର ଚଳାଉଥବା ବେଳେ ମିଶନ ଶକ୍ତିର ସଚିବ ଥାଇ ବିଜେଡି ପାଇଁ ଭୋଟ୍ ବ୍ୟାଙ୍କ ବଢାଉଥିଲେ ସୁଜାତା । ଏନେଇ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା ବିଜେପି । ପରେ କମିଶନ ସୁଜାତାଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ କିନ୍ତୁ ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍ ସରକାର ବଦଳିବା ପରେ ଏବେ ଅଫିସର ନୁହେଁ ବରଂ ମନ୍ତ୍ରୀ ହିଁ ଶାସନ କରୁଛନ୍ତି । ତେଣୁ ନିଜର ଦବଦବା ଆଉ ଜାହିର କରିପାରିବେନି ସୁଜାତା । ତେଣୁ ସ୍ଵେଚ୍ଛାକୃତ ଅବସର ନେଇପାରନ୍ତି ସୁଜାତା ବୋଲି ଚର୍ଚ୍ଚା ହେଉଛି ।