କେବଳ ଏ ଗୋଟେ ବିଭାଗ ନୁହେଁ । ଏ ହେଉଛି ସେକ୍ସନ ବିଭାଗ ହେଲେ ବିଭାଗର କବାଟ ଖୋଲା ଅଛି ହେଲେ ବାବୁ ଆସି ନାହାନ୍ତି । ଚେୟାର ଟେବୁଲ ଫାଙ୍କା ପଡିଛି । ଆଉ ତା ପାଖକୁ ଲାଗିଛି ମଙ୍ଗଳ ବିଭାଗ ଅଧିକାରୀ । ସେ ବିଭାଗରେ ମଧ୍ୟ ତାଲା । ତା ପାଖକୁ ରହିଛି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ସେଠାରେ ମଧ୍ୟ ତାଲା ପଡିଛି । ମିଶନ ଶକ୍ତି ବିଭାଗର କବାଟ ଖୋଲା ଅଛି ହେଲେ ଭିତରେ ଚେୟାର ଫାଙ୍କା ।
ସେହିପରି ସିଡିପିଓଙ୍କ କାର୍ଯ୍ୟାଳୟ । ସେଠାରେ ଲାଗିଥିବା ଘଣ୍ଟାକୁ ଦେଖନ୍ତୁ । ସାଢ଼େ 7ଟା ବାଯିବାକୁ ବସିଲାଣି । କାର୍ଯ୍ୟାଳୟ ତ ଖୋଲା ହେଇଛି । ହେଲେ ଖୋଦ ମାଡାମ ଙ୍କର ଦେଖା ନାହିଁ । ଚେୟାର ଫାଙ୍କା ପଡିଛି । କେବଳ 2ଜଣ କମ୍ପ୍ୟୁଟର ପିଲାଙ୍କୁ ଛାଡିଦେଲେ ଅନ୍ୟ କର୍ମଚାରୀଙ୍କର ଦେଖା ନାହିଁ । ଏରିଆ ବାହାନା କରି ତାଙ୍କର କର୍ମଚାରୀ ମାନେ ବାହାରେ ରହୁଛନ୍ତି ହେଲେ ଅଫିସକୁ ସଠିକ ସମୟରେ ଆସୁ ନାହାନ୍ତି । ସେହିପରି ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମାନ ଅବସ୍ଥା । ସାଢ଼େ 7ଟା ବାଯିବାକୁ ବସିଲାଣି । କେବଳ ପିଅନ ଆସିଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କ ଦେଖା ମିଳୁନି । ଯେଉଁଥିପାଇଁ ଲୋକେ ଅଫିସକୁ ଆସି ବାରମ୍ବାର ଫେରୁଛନ୍ତି । ଫଳରେ ଅସନ୍ତୋଷ ଦେଖା ଦେଇଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଉପକୂଳ ଓଡିଶାରେ ସକାଳ 7ଟାରୁ ସକାଳୁଆ ଅଫିସ ଖୋଲାଯାଇ ଦିନ ଗୋଟାଏରେ ବନ୍ଦ ହେବାର ନିୟମ ରହିଛି । ହେଲେ ସରକାରୀ ବାବୁ ମାନେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ନିର୍ଦେଶକୁ ମାନୁ ନାହାନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...