ଏହି ପଞ୍ଚାୟତରେ 4ଟି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ 100ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଷ୍ଟମ ଶ୍ରେଣୀରେ ପାସ ହୋଇଛନ୍ତି, କିନ୍ତୁ ଏହି ପଞ୍ଚାୟତରେ କେବଳ ଗୋଟିଏ ମାତ୍ର ହାଇସ୍କୁଲ ରହିଛି, କିନ୍ତୁ ଏହି ହାଇସ୍କୁଲରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଏବଂ ଶିକ୍ଷକ ଅଭାବ ଯୋଗୁଁ ଏହି ଅଷ୍ଟମ ଶ୍ରେଣୀ ପାସ ହୋଇ ନବମ ଶ୍ରେଣୀରେ ପାଠ ପଢିବା ପାଇଁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ଫଳରେ ବଢ଼ୁଛି ଡ୍ରପଆଉଟ ପିଲାଙ୍କ ସଂଖ୍ୟା । ଆଉ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରିବ ଯେ ଦୁର୍ଗମରେ ଶିକ୍ଷା ବ୍ୟବସ୍ଥା କିଭଳି ଭାବରେ ଚାଲିଛି l
ଏହି ବିଷୟରେ ଆମେ ସରକାରି ଉଚ୍ଚ ବିଦ୍ୟାଳୟ ସୁନାର ବେଲି ନୁଆଗାଁର ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କ୍ୟାମେରା ଆଗରେ ପତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ପିଲାଙ୍କ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେଉଛନ୍ତି l
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: