ଦେବଗଡ ଜିଲା ରିଆମାଳ ଥାନା କତ୍ରାପାଲି ଛକ ନିକଟରେ ହନୁମାନ ପଇସା ଡିଲ ହେଉଥିବାବେଳେ ପୋଲିସ ଖବର ପାଇଥିଲା। ୫ ଲକ୍ଷ ଟଙ୍କାରେ ୨ଟି ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ ହେଉଥିବା ବେଳେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ ଗ୍ରାହକ ସାଜି ଚଢାଉ କରିଥିଲା । ଯୋଗିନ୍ଦ୍ର ହନୁମାନ ପଇସା ବିକ୍ରି ପାଇଁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ । ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାରେ ହନୁମାନ ପଇସା ବିକ୍ରୀ ଉଦ୍ୟମ ବେଳେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅନ୍ୟପଟେ ଏହି ରାକେଟ ପଛରେ ଆଉ କେଉଁମାନେ ଅଛନ୍ତି ପୋଲିସ ଅଧିକ ଖୋଳତାଡ ଜାରି ରଖିଥିବା ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ ବ୍ୟୁରୋ: ହନୁମାନ ପଇସା ଡିଲ ବେଳେ ସାଧା ପୋଷାକରେ ଆସି ପୋଲିସ ଅଭିଯୁକ୍ତଙ୍କୁ ମାଡ଼ି ବସିଛି। ଘଟଣାସ୍ଥଳରୁ ୨ ହନୁମାନ ପଇସା ଜବତ ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ରିଆମାଳ ଥାନା ହରିହରପୁର ଗ୍ରାମର ଯୋଗିନ୍ଦ୍ର ନାଗ।

ଅର୍ଗସ ବ୍ୟୁରୋ: କିଟରେ ଉଦଘାଟିତ ହୋଇ ଯାଇଛି ପ୍ରଥମ ଜନଜାତି ଖେଳ ମହୋତ୍ସବ । କିଟ୍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ସରକାର ତଥା କିଟ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇ ଯାଇଛି ପ୍ରଥମ ଜନଜାତି ଖେଳ ମହୋତ୍ସବ ।
ପ୍ରଧାନମନ୍ତ୍ରୀ ମୋଦି ଉଭୟ କ୍ରୀଡ଼ା ଓ ଶିକ୍ଷାକୁ ସମାନ ଭାବରେ ଗୁରୁତ୍ବ ଦେଇ ଜନଜାତି ଖେଳ ମହୋତ୍ସବର କଳ୍ପନା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ଅଧିକାଂଶ କ୍ରୀଡ଼ାବିତ୍ ଜନଜାତି ସମ୍ପ୍ରଦାୟରୁ ଆସିଛନ୍ତି। ଏହି ଖେଳ ମହୋତ୍ସବ ଦ୍ବାରା ଜନଜାତି କ୍ରୀଡ଼ାବିତ୍ଙ୍କ ପ୍ରତିଭା ନିଶ୍ଚିତ ଭାବେ ଲୋକଲୋଚନକୁ ଆସି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ବାରା ପ୍ରଥମ ଜନଜାତି ମହୋତ୍ସବ ଜର୍ସୀ, ମାସ୍କଟ ଓ ସୂଚନାପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଇଣ୍ଟର କଣ୍ଟିନେଣ୍ଟାଲ କପ 2023। ବିଜୟ ସହ ଅଭିଯାନ ଆରମ୍ଭ କରିଲା ଆୟୋଜକ ଭାରତ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗତକାଲିର ମ୍ୟାଚରେ ମଙ୍ଗୋଲିଆକୁ 2-0 ଗୋଲରେ ହରାଇଛି ଭାରତ। ମ୍ୟାଚର ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ କରିବା ସହ ମାତ୍ର ଦୁଇ ମିନିଟରେ ଗୋଲ ସ୍କୋର କରିଥିଲା। ସାହାଲ ଅବଦୁଲ ସମଦ ମ୍ୟାଚର 2 ମିନିଟରେ ପ୍ରଥମ ଗୋଲ ଦେଇ ଭାରତକୁ 1-0 ଗୋଲରେ ଅଗ୍ରଣୀ ଲାଭ କରାଇଥିଲେ।
ସେହିପରି ମ୍ୟାଚର 15 ମିନିଟରେ ଲାଲିନଜୁଲା ଛାଣ୍ଟେ ଗୋଲ ସ୍କୋର କରିବା ସହ ଭାରତକୁ 2-0 ରେ ଅଗ୍ରଣୀ ହାସଲ କରାଇଥିଲେ। ମ୍ୟାଚର ଦ୍ଵିତୀୟ ହାଲ୍ଫରେ ମଙ୍ଗୋଲିଆ ଦଳ ଦମଦାର ପ୍ରଦର୍ଶନ କରିବା ସହ ଭାରତକୁ ଆଉ ଅଧିକ ଗୋଲ ଦେବାକୁ ରୋକିଥିଲା। ଦ୍ଵିତୀୟ ହାଲ୍ଫରେ ଭାରତୀୟ ଖେଳାଳିଙ୍କୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇନଥିଲେ। ପରବର୍ତୀ ମ୍ୟାଚରେ ଜୁନ 12 ତାରିଖରେ ଭାନୁଆଟୁକୁ ଭେଟିବ ଭାରତ।
ଅଧିକ ପଢନ୍ତୁ ଖେଳ ଖବର

ଅର୍ଗସ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍ । ୨୯୬ ରନରେ ଅଷ୍ଟ୍ରେଲିଆ ଆଗୁଆ । ତୃତୀୟ ଦିନରେ ୨୯୬ ରନ୍ରେ ଭାରତ ଅଲ୍ ଆଉଟ୍ । ସମ୍ମାନ ରଖିଲେ ରାହାଣେ-ଶାର୍ଦୁଳ । ଆଜି ଚତୁର୍ଥ ଦିନରେ ଭାରତକୁ ଚ୍ୟାଲେଞ୍ଜ । ତୃତୀୟ ଦିନର ଖେଳ ସରିଥିବା ବେଳେ ଭାରତ ବ୍ୟାକଫୁଟ୍ରେ ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି।
ଏଥିସହ କଙ୍ଗାରୁ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୨୯୬ ରନ ଆଗରେ ରହିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା।
ଅଧିକ ପଢନ୍ତୁ ଖେଳ ଖବର
