ବିଭିନ୍ନ ସମୟରେ ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇ ଆସୁଥିଲା । ଆଜି ସକାଳେ ଦୀପ୍ତିମୟୀ ଠାକୁର ପୂଜା କରୁଥିବା ବେଳେ ହଠାତ୍ ପଛପଟୁ ସ୍ଵାମୀ ଏକ ଲୁହା ହାତୁଡି ସାହାଯ୍ୟରେ ଦୀପ୍ତିଙ୍କ ମୁଣ୍ଡକୁ ପ୍ରହାର କରିଥିଲା । ଲହୁ ଲୁହାଣ ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ଦୀପ୍ତିଙ୍କୁ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କୋରେଇ ପୋଲିସ ଅଭିଯୁକ୍ତ ସ୍ଵାମୀ ଅରୁଣକୁ ଅଟକ ରଖି ତଦନ୍ତ କରୁଛି ।
ସ୍ତ୍ରୀ ପୂଜା କରୁଥିଲା, ପଛ ପଟୁ ସ୍ୱାମୀ ମାରିଲା ଲୁହା ହାତୁଡି

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ମୃତ ମହିଳା ଜଣଙ୍କ ହେଲେ ଦିପ୍ତିମୟୀ ଜେନା । ଅଭିଯୁକ୍ତ ସ୍ୱାମୀ ଅରୁଣ ଜେନା । ଅରୁଣ ଓ ତାଙ୍କ ପତ୍ନୀ ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି ।
Download Argus News App
