ଶ୍ରମିକ ମାନେ ବାହାରକୁ ଦାଦନ ଖଟି ନଯିବା ପାଇଁ ସରକାର ଅନେକ ଶ୍ରମ ଭିତ୍ତିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଦାୟିତ୍ୱରେ ଥିବା କେତେକ ସରକାରୀ ଅଧିକାରୀ ମାନଙ୍କ ଅବହେଳା ତଥା ଦାୟିତ୍ବହୀନତା ପାଇଁ ଆଜି ମଧ୍ୟ ଦାଦନ ଖଟିବାକୁ ଶ୍ରମିକ ବାହାରକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବନ୍ତଳା ବଜାର ଗାଁର ଅନୁସୂଚିତ ଜାତିର ୧୧ଜଣ ଶ୍ରମିକ ଭଲ ଦୁଇ ପଇସା ରୋଜଗାର କରିବାକୁ ଗତ ୨୨ତାରିଖରେ ଚେନାଇ ଯାଇଥିଲେ। ସେଠାରେ ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବାକୁ ନିକଟସ୍ଥ ଗଡ଼ତରାସ ଗାଁର ବିଶ୍ୱନାଥ ନାଏକ ନାମକ ଜଣେ ବ୍ୟକ୍ତି ୧୧ଜଣ ଶ୍ରମିକଙ୍କୁ ସାଙ୍ଗରେ ନେଇଥିଲେ। ୨୩ତାରିଖ ମଧ୍ୟାହ୍ନ ୧୨ଟା ୧୫ରେ ପଣ୍ଡିଚେରୀ ଏକ୍ସପ୍ରେସରେ ସେମାନେ ଚେନ୍ନାଇ ଯାଇଥିଲେ। ହେଲେ ଚେନ୍ନାଇ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ ଭିତରେ ଶ୍ରୀକାନ୍ତ ଗୋଛୟତ ନାମକ ଜଣେ ଶ୍ରମିକ ହଠାତ ମୃତ୍ୟୁ ବରଣ କଲେ। ତାଙ୍କୁ ଅନ୍ୟ ୧୦ଜଣ ଶ୍ରମିକ ଚେନ୍ନାଇ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ସେଠାକାର ରେଳବାଇ ପୋଲିସ ଶବକୁ ବ୍ୟବଚ୍ଛେଦ କରିଛି। କିନ୍ତୁ ଶବକୁ ସେଠାରେ ସତ୍କାର କରିବା କିମ୍ବା ନିଜ ଘରକୁ ଆଣିବା ପାଇଁ ହାତରେ ଟଙ୍କାଟିଏ ନାହିଁ। ଫଳରେ ଶ୍ରମିକ ମାନେ ସହାୟତକୁ ଅପେକ୍ଷା କରି ରହିଛନ୍ତି। ପରିବାର ଲୋକଙ୍କୁ ଫୋନ କରି ଟଙ୍କା ପଠେଇବାକୁ କହୁଛନ୍ତି। ହେଲେ ସମସ୍ତେ ଖଟିଖିଆ ଓ ଦିନ ମଜୁରିଆ ହୋଇ ଥିବାରୁ ଟଙ୍କା ପଠେଇବା ସମ୍ଭବ ହୋଇ ପାରୁ ନାହିଁ। ଅନ୍ୟ ପକ୍ଷରେ ଶ୍ରମିକ ମାନଙ୍କ ପରିବାର ତରଫରୁ ସ୍ଥାନୀୟ ସରପଞ୍ଚ ଓ ଶ୍ରମ ବିଭାଗକୁ ନେହୁରା ହୋଇଛନ୍ତି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କିଏ ନିଜ ସ୍ୱାମୀ ତ ଆଉ କିଏ ପୁଅକୁ ଫେରିବା ବାଟ ଚାହିଁ ବସିଛନ୍ତି।
ଶ୍ରମିକ ପରିବାର କହିବା କଥା ଏଠାରେ ପର୍ଯ୍ୟାପ୍ତ କାମ ମିଳୁ ନାହିଁ। ଫଳରେ ଯୁବକ ମାନେ ବେକାର ହୋଇ ବୁଲୁଛନ୍ତି। କିଏ ଘର ଖଣ୍ଡେ କଲେ ଆଗକୁ ବିବାହ କରିବାର ସ୍ୱପ୍ନ ଦେଖୁଛି ତ ଆଉ କିଏ ନିଜ ଝିଅ ଓ ଭଉଣୀର ବିବାହ କରାଇବାକୁ ଭାବିଛି। ତେଣୁ ବାହାରକୁ ଯାଇ ଭଲ ଦୁଇ ପଇସା ସଞ୍ଚୟ କରିବାକୁ ଆଶା ବାନ୍ଧି ଯାଇଥିଲେ। ହେଲେ ତାହା ହେବା ପୂର୍ବରୁ ଜଣେ ଆର ପାରିକୁ ଚାଲିଗଲା। ଆଉ ୧୦ଜଣ ଶ୍ରମିକ ଭୋକ ଉପାସରେ ପଡି ରହିଛନ୍ତି। ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ହେଲା ପଞ୍ଚାୟତରେ କୌଣସି ଶ୍ରମଭିତ୍ତିକ କାମ ହେଉ ନାହିଁ। ବ୍ଲକ ପ୍ରଶାସନ ଆଦୌ ସହଯୋଗ କରୁନାହିଁ। ଏଠାରେ କାମ ନାହିଁ ତ ଶ୍ରମିକ ମାନଙ୍କୁ କିଭଳି କାମ ଧନ୍ଦା ଯୋଗାଇ ଦିଆ ଯାଇ ପାରିବ ବୋଲି ସରପଞ୍ଚ ଓଲଟା ପ୍ରଶ୍ନ କରିଛନ୍ତି। କିନ୍ତୁ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ସହ ଯୋଗାଯୋଗ କରିଛି। ଅନ୍ୟ ପକ୍ଷରେ ସହକାରୀ ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତିଯେ ଶ୍ରମ ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। ସେଠାରେ ଶବକୁ ସତ୍କାର କରାଯିବ। ଶ୍ରମିକ ମାନଙ୍କ ଟ୍ରେନ ଟିକେଟ ବ୍ୟବସ୍ଥା କରାଯିବ। ସେମାନଙ୍କୁ ସୁରକ୍ଷିତ ନିଜ ଗାଁକୁ ଅଣାଯିବ।
ଶ୍ରମିକ ମାନେ ବାହାରକୁ ଦାଦନ ଖଟି ନଯିବା ପାଇଁ ସରକାର ଅନେକ ଶ୍ରମ ଭିତ୍ତିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଦାୟିତ୍ୱରେ ଥିବା କେତେକ ସରକାରୀ ଅଧିକାରୀ ମାନଙ୍କ ଅବହେଳା ତଥା ଦାୟିତ୍ବହୀନତା ପାଇଁ ଆଜି ମଧ୍ୟ ଦାଦନ ଖଟିବାକୁ ଶ୍ରମିକ ବାହାରକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?