ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଜଳୁଛି ସାରା ଓଡିଶା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଦୁଇ ଦିନ ପରେ ୨୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣପ୍ରବାହ ରହିବ । ତତଲା ପବନ ସାଙ୍ଗକୁ ତାତି ଅସହ୍ୟ ହେବ । ମଙ୍ଗଳବାର ୧୩ଟି ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା । ଆଜି୧୫ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ଶନିବାର ଓ ରବିବାର ଦିନ ଜଳିବ ସାରା ଓଡିଶା । ୨୦ଟି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।
ତତଲା ପବନ ଓ ପ୍ରବଳ ଖରା ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ସେହିପରି ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷ୍ମୀପାଟଣା ଗାଁରେ ଏକ କୁଡିଆ ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରୁଥିବା ଅନୁମାନ କରି ବାରମ୍ବାର ବିରୋଧ କରୁଥିଲେ ଗ୍ରାମବାସୀ ।
ଶେଷରେ ଗାଁର ମହିଳା ଓ ପୁରୁଷ ଏକାଠି ହୋଇ ଘରର କବାଟ ଭାଙ୍ଗି 4ଜଣ ମହିଳା ଓ ପୁରୁଷଙ୍କୁ ଘରୁ ଟାଣିନେଇଥିଲେ । ଗଛରେ ବାନ୍ଧିବା ସହ ନିର୍ଧୁମ ମାଡ଼ ଦେଇଥିଲେ । ଭୋଗରାଇ ପୋଲିସ ଗ୍ରାମବାସୀଙ୍କ କବଳରୁ 4ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ପୂର୍ବରୁ ମଙ୍ଗଳ ସାହୁ ଝାରସୁଗୁଡ଼ାର ଜିଲ୍ଲା ବିଜେପି ସଭାପତି ଥିବାବେଳେ, ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଆଜି ଘର ବାହୁଡ଼ା କରିବା ସହ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୁମ୍ବାଇରେ ବିକ୍ରି ହେଉଛି ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଇଥିବା ବ୍ୟାଗ୍ । ଫୁଟପାଥରେ ବସି ଜଣେ ବ୍ୟକ୍ତି ବ୍ୟାଗ୍ ବିକୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମ ଓଡିଶା -ନବୀନ ଓଡିଶା ଲେଖାଥିବା ସହ ଏଥିରେ ରାଜ୍ୟ ସରକାରଙ୍କ ଲୋଗୋ ରହିଛି । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୫ ଲକ୍ଷ ବ୍ୟାଗ ତିଆରି ହୋଇଥିଲା । କିନ୍ତୁ ଏହି ବ୍ୟାଗକୁ ନେଇ କେତେ ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥା ନିର୍ମାଣ କରିଛି ସେ ନେଇ ରାଜ୍ୟ କୌଣସି ତଥ୍ୟ ଦେଇ ନଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: