ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ।
୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି। କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆଜି ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ହେଉଛି
ଚାନ୍ଦବାଲି: 36.8°C
ବାଲେଶ୍ୱର: 36.4°C
ଭୁବନେଶ୍ୱର: 36.2°C
ଗୋପାଳପୁର: 34.6°C
କେନ୍ଦୁଝର: 34°C
ପୁରୀ: 33.8°C
ପାରାଦ୍ୱୀପ: 33.4°C
ଝାରସୁଗୁଡା: 33.4°C
ରାଉରକେଲା: 32.6°C
ସମ୍ବଲପୁର:32.4°C
ହୀରାକୁଦ:32.2°C
ଅଧିକ ପଢ଼ନ୍ତୁ ପାଣିପାଗ ଖବର