ସେହିପରି ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହକୁ ନେଇ ନୟାଗଡ, ବୌଦ୍ଧ ,କନ୍ଧମାଳ ,କଟକ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଂଟାରେ ୭ ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳେ ମାଲକାନଗିରିରେ ସର୍ବାଧିକ ୪୧ .୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଅତ୍ୟଧିକ ଆବଶ୍ୟକ ନଥିଲେ ଘରୁ ବାହାରିବା ପରାମର୍ଶ ଦେଇଛନ୍ତି । ବିଶେଷ କରି ଖରାର ପ୍ରଖର ପ୍ରକୋପ ସମୟ ଯେପରିକି ୧୧ ରୁ ୩ ତା ଭିତରେ ଘରେ ରହିବା ପାଇଁ କୁହାଯାଇଛି । ଛୋଟପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଏହି ଖରାରୁ ବାରଣ କରାଯାଇଛି । ପ୍ରଚୁର ପରିମାଣର ପାଣି ପିଇବା ସହ ଘରୁ ବାହାରିବା ସମୟରେ ହାଲୁକା କପଡାର ବସ୍ତ୍ର ସହ ପାଣି ବୋତଲ ଛତା ଭଳି ଖରାରୁ ବର୍ତ୍ତିବା ପାଇଁ ଅବଶ୍ୟକୀୟ ସାମଗ୍ରୀ ସହ ବାହାରିବା ପାଇଁ ବିଭାଗ ସତର୍କ କରାଇଛି । ଗ୍ରାମାଞ୍ଚଳରେ ବିଶେଷ କରି ଚାଷୀଙ୍କୁ କଷ୍ଟକୁ ଯିବା ପାଇଁ ବାରଣ କରାଯାଇଛି ।
ଅନ୍ୟପଟେ ୫ ଦିନରୁ ଅର୍ଥାତ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିବ । ପଶ୍ଚିମାଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬ ,୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ୭ ତାରିଖରୁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହି ସମୟରେ ୪0 ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ ପାଣିପାଗ ଖବର...