ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ବିଜୟା ଦଶମୀ । ଆଜିର ଦିନରେ ମହିଷାସୁରକୁ ବଧ କରିଥାନ୍ତି ଦେବୀ ଦୁର୍ଗା । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯଇଥାଏ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଲଗାଣ ବର୍ଷା ଯୋଗୁ ଫିକା ପଡିଲା ଦଶହରା। ଆଜି ଯାଜପୁର ବିଂଝାରପୁରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ ମା ଦୂର୍ଗା । ଆଜି ମାଙ୍କ ପୀଠରେ ବିଜୟଦଶମୀ ପାଳିତ ହେଉଛି । ଲଗାଣ ବର୍ଷା ପାଇଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଉନାହଁ । ଦୁଇ ବର୍ଷ ପରେ ଚଳିତ ବର୍ଷ କୋରୋନା ଜନିତ କଟକଣା ହଟିଥିବାରୁ ପୂଜା ମଣ୍ଡପ ପକ୍ଷରୁ ସାଜସଜ୍ଜା ଠାରୁ ଆରମ୍ଭ କରି ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଦର୍ଶକଙ୍କୁ ନିରାଶ କରିଛି ବର୍ଷା।